www.samajalive.in
Wednesday, December 10, 2025
15.1 C
Bhubaneswar

ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ ସେବା

ସମ୍ବଲପୁର : ସମ୍ବଲପୁରରେ ହନୁମାନ ଜୟନ୍ତୀରେ ବାଇକ ରାଲିରେ ପଥରମାଡ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା। ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ ସେବା। ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଗତକାଲି ଠାରୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ରହିଛି। ବାଇକ ରାଲିରେ ପଥରମାଡ ସମୟରେ ଅତିରିକ୍ତ ଏସପିଙ୍କ ସମେତ ୧୦ ପୁଲିସ ଆହତ ହୋଇଥିଲେ। ଧନୁପାଲି ଛକରୁ ରାଲି ଗଲା ବେଳେ ପୁଲିସକୁ ପଥର ମାଡ ହୋଇଥିଲା। ଏହାସହ ପଥର ମାଡରେ ଏଏସପି,ଧନୁପାଲି ଆଇଆଇସି ମଧ୍ୟ ଆହତ ହୋଇଥିଲେ। ଏହି ସମୟରେ ଦୋକାନ ଜଳିବା ସହ କାର ବାଇକକୁ ଲୋକେ ଭାଙ୍ଗିଥିଲେ। ସମ୍ପୃକ୍ତ ଘଟଣାରେ ୨୫ ରୁ ଅଧିକ ଲୋକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories