www.samajalive.in
Saturday, December 13, 2025
21.1 C
Bhubaneswar

ଗୁରୁବାର ରାଶିଫଳ ୧୩.୦୪.୨୦୨୩

ମେଷ: କ୍ଷମତାଧାରୀ ହୋଇ ନିରପେକ୍ଷ ଶାସନ, ବିଚାର, ସମ୍ବାଦ ପରିବେଷଣ ଉପରେ ଉଚିତ ଧ୍ୟାନ ଦେଉଥିବାରୁ ପଦମର୍ଯ୍ୟାଦା ନିଷ୍କଳଙ୍କ ହେବ। ନିଜ ପ୍ରତି କଠୋର ହୋଇ ଅନ୍ୟମାନଙ୍କ ପ୍ରତି କୋମଳ ହେବେ।
ବୃଷ: ଆତ୍ମ ଶକ୍ତି ଉପରେ ବିଶ୍ବାସ ରଖି ବିପଦର ମୁକାବିଲା କଲେ ତାହା ଆଉ ଘାତକ ହେବନି। ଅଷ୍ଟମ ଚନ୍ଦ୍ର ଯୋଗଁୁ ସଂଘଟିତ ହେଉଥିବା ବିପଦକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ।
ମିଥୁନ: ଆତ୍ମବିଶ୍ବାସ ଓ ଅଧ୍ୟବସାୟ ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ବାଣିଜ୍ୟ କାରବାର ସୁରୁଖୁରୁରେ ଚାଲିବ। ପତ୍ନୀ ପରାମର୍ଶଦାତା ହେବେ।
କର୍କଟ: ଶତ୍ରୁ ଯେତେ ବଳବାନ୍‌ ହେଉନା କାହିଁକି; ଆପଣଙ୍କ ବ୍ୟକ୍ତିତ୍ବ ନିକଟରେ ସଙ୍କୁଚିତ ହେବ। ବାକ୍‌ ସଂଯମତା ପ୍ରାଣଶକ୍ତି ଓ ସ୍ମରଣଶକ୍ତିକୁ ଉଦ୍‌ଜୀବିତ କରି ରଖିବ। ଋଣ ପରିଶୋଧ କରି ଚାପମୁକ୍ତ ହେବେ।
ସିଂହ: ଧୀରେ ଧୀରେ ଲିଭି ଯାଉଥିବା ସ୍ମରଣ ଶକ୍ତିକୁ ସକ୍ରିୟ କରିବା ପାଇଁ ଅଧ୍ୟୟନରତ ହୋଇପାରନ୍ତି। ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଆର୍ଥିକ ଅନୁଦାନ ଗ୍ରହଣ କରିବେ।
କନ୍ୟା: ଆପଣଙ୍କ ଶ୍ରମ ସାର୍ଥକ ହେବ। ପ୍ରେମ ଓ ଉଦାର ମାନବିକତା ରୂପକ ଧର୍ମକୁ ଧାରଣ କରିପାରନ୍ତି। ଆୟୁଷ୍ମାନ୍‌ ହେବେ। ବଂଶ ପରମ୍ପରାରେ ଆଜନ୍ମା ଜ୍ଞାନୀ ହୋଇପାରନ୍ତି। ମାନସିକ ଅଶାନ୍ତି ଦୂର ହେବ।
ତୁଳା: ଆଶାକୁ ଜୀବନର ଆଧାର କରିପାରନ୍ତି। ଆପଣଙ୍କ ସୃଜନଶୀଳତା ଅନ୍ୟମାନଙ୍କୁ ଦିଗ୍‌ଦର୍ଶନ ଦେବ। ବରିଷ୍ଠଙ୍କ ପାଇଁ ସମ୍ମାନବୋଧ ଭାଷା, ଆପଣଙ୍କ ଧ୍ୟେୟ ହୋଇପାରେ। ଦେବ ଦର୍ଶନର ସୁଯୋଗ ରହିଛି।
ବିଛା: ଧନର ଅନ୍ତଃ ପ୍ରବାହ ଅବ୍ୟାହତ ରହିବ। ମନରେ ଲଗାମ୍‌ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ଭାଷା ସାବଳୀଳ ଓ ବ୍ୟବହାର ପ୍ରେମପୂର୍ଣ୍ଣ ହୋଇପାରେ। ମାନସିକ ସଂଯମତା ଅନୁଭବ କରିବେ।
ଧନୁ: ଆୟ ଊଣା ହେବନି। ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଉପନିଷଦର ଜ୍ଞାନକୁ ଆହରଣ କରି ତାକୁ କାର୍ଯ୍ୟରେ ବ୍ୟବହାର କରିବେ। ଆହ୍ବାନକୁ ଉତ୍କର୍ଷର ଶିଡ଼ି କରିପାରନ୍ତି।
ମକର: ଏକାନ୍ତରେ ମୌନ ରହି ସାଧନାରେ ମଗ୍ନ ରହିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ଧର୍ମକୁ ଧାରଣ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ସାହସୀ ହେବେ।
କୁମ୍ଭ: ଆପଣ ନିଜର ସ୍ବାଭାବିକ କର୍ମରେ ତତ୍ପରତା ସହିତ ଲାଗି ରହିଥିବାରୁ ଭଗବତ୍‌ ପ୍ରାପ୍ତିରୂପକ ପରମ ସିଦ୍ଧି ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଦିନ ଅଟେ।
ମୀନ: କର୍ମଚଞ୍ଚଳ ରହିବେ। ଆଧ୍ୟାତ୍ମବାଦୀ ମନୋଭାବର ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଜ୍ଞାନୀ ଓ ଈଶ୍ବର ବିଶ୍ବାସୀ ହେବେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories