www.samajalive.in
Sunday, December 14, 2025
23.1 C
Bhubaneswar

ଦେଶର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ କୋଟିପତି – ନବୀନଙ୍କର ରହିଛି ଏତିକି ସମ୍ପତ୍ତି

ନୂଆଦିଲ୍ଲୀ- ଆସୋସିଏସନ୍‌ ଅଫ୍‌ ଡେମୋକ୍ରେଟିକ୍‌ ରିଫର୍ମ୍ସ ବା ଏଡିଆର୍‌ର ସୂଚନା ଅନୁସାରେ ଦେଶର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ ହେଉଛନ୍ତି କୋଟିପତି । ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିକଟରେ ସର୍ବାଧିକ ସମ୍ପତ୍ତି ରହିଛି, ତାଙ୍କ ନିକଟରେ ୫୧୦ କୋଟି ଟଙ୍କାର ସମ୍ପତ୍ତି ଥିବା ଏଥିରେ ଉଲ୍ଲେଖ କରାଯାଇଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ନିକଟରେ ସବୁଠାରୁ କମ୍‌ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ଏଥିରେ ଦର୍ଶାଯାଇଛି ।

ଏଥିରେ ଦେଶର ୨୮ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବିଷୟରେ ସୂଚନା ଦିଆଯାଇଛି । ଜଗନ ମୋହନ ରେଡ୍ଡୀଙ୍କର ୫୧୦ କୋଟି ଟଙ୍କାର ସମ୍ପତ୍ତି, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କର ୧୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି । ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

- Advertisement -

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୬୩ କୋଟି ଟଙ୍କାର ସମ୍ପତ୍ତି ଥିବା କଥା ଏଡିଆର୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେ ତୃତୀୟ ସ୍ଥାନରେ ରହିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନିକଟରେ ଏକ କୋଟିରୁ ଅଧିକର ସମ୍ପତ୍ତି ରହିଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories