www.samajalive.in
Sunday, December 14, 2025
23.1 C
Bhubaneswar

ବସୁଧା ପ୍ରକଳ୍ପରୁ ମିଳୁନି ପର୍ଯ୍ୟାପ୍ତ ଜଳ : ପାନୀୟ ଜଳ ସମସ୍ୟାରେ ଚଷାଆଁରା ଗ୍ରାମବାସୀ

ତିଗିରିଆ :  ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ବିଭିନ୍ନ ଜନବସତି ପାଖରେ ଥିବା ଜଳ ଉତ୍ସଗୁଡିକରୁ ଜଳସ୍ତର ହ୍ରାସ ପାଇଚାଲିଛି। ଏପରି ସ୍ଥଳେ ତିଗିରିଆ ବ୍ଳକ ପୁରୁଣା ତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଚଷାଆଁରା ଗ୍ରାମରେ ପିଇବା ପାଣି ସମସ୍ୟା ଦେଖାଦେଇଛି।
ଗ୍ରାମରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ରହିଥିଲେ ମଧ୍ୟ ପର୍ଯ୍ୟାପ୍ତ ଜଳ ମିଳୁନଥିବାରୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଜଣାପଡିଛି। ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପର ଉତ୍ସ କୂପରୁ ଆବଶ୍ୟକ ପରିମାଣର ଜଳ ହେଉନଥିବାରୁ ଦୁଇ ଓଳି ବଦଳରେ ବର୍ଷ ତମାମ ମାତ୍ର ଗୋଟିଏ ଓଳି ଉପରବେଳା ଜଳ ଯୋଗାଣ ହୋଇଥାଏ। ତାହା ପୁଣି ୧୫-୨୦ ମିନିଟରୁ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ବୋଲି ଗ୍ରାମବାସୀଙ୍କ ଅଭିଯୋଗରୁ ଜଣା ପଡ଼ିଛି।
ଗ୍ରାମରେ ଲୋକ ସଂଖ୍ୟା ପ୍ରାୟ ୧ ହଜାର ହେବ। ପିଇବା ପାଇଁ ଲୋକେ ଏହି ପ୍ରକଳ୍ପ ଜଳ ଉପରେ ପୂର୍ଣ୍ଣ ନିର୍ଭରଶୀଳ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗ୍ରାମରେ ୪ ଟି ନଳକୂପ ରହିଥିଲେ ମଧ୍ୟ ତାହା ପିଇବା ଯୋଗ୍ୟ ନୁହେଁ। ଅତିଶୟ ଲୌହ ଗୁଣ୍ଡ ମିଶା ଜଳ ବାହାରୁଥିବା ଲୋକେ ତାହାକୁ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ବହୁଦିନ ପୂର୍ବରୁ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନଳକୂପ ଗୁଡ଼ିକରେ ନାଲି ଗାର ଦେଇ ପିଇବା ପାଇଁ ବାରଣ କରାଯାଇଥିବା ଲୋକେ କହିଛନ୍ତି। ଗ୍ରାମଟି ଏକ ପାହାଡ ଉପରେ ରହିଥିବାରୁ ପ୍ରତିବର୍ଷ ଖରାଦିନେ ଏଠାକାର ବାସିନ୍ଦା ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଗ୍ରାମବାସୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories