www.samajalive.in
Wednesday, December 10, 2025
14.1 C
Bhubaneswar

୨୨ତମ ଆଇପିଏଲ୍‌ ହ୍ୟାଟ୍ରିକ୍‌ ନେଲେ ରସିଦ୍‌

କଲକାତା  : ଚଳିତ ଆଇପିଏଲ୍‌ରେ ପ୍ରଥମ ଏବଂ ଆଇପିଏଲ୍‌ ଇତିହାସରେ ୨୨ତମ ହ୍ୟାଟ୍ରିକ୍ ନେଇଛନ୍ତି ରସିଦ୍ ଖାଁ। ରବିବାର କଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଗୁଜରାଟ ଟାଇଟାନ୍‌ସର ଅସ୍ଥାୟୀ ଅଧିନାୟକ ରସିଦ୍‌ ଖାଁ ଇନିଂସର ୧୭ଶ ଓଭରର ପ୍ରଥମ ୩ଟି ବଲ୍‌ରେ ୩ଟି ୱିକେଟ ନେଇ ଏହି କୃତିତ୍ବ ହାସଲ କରିଛନ୍ତି। ରସିଦ୍‌ କ୍ରମାଗତ ୩ଟି ବଲ୍‌ରେ ଆ​‌େ​‌ନ୍ଦ୍ର ରସେଲ, ସୁନୀଲ ନାରାୟଣ ଓ ସାର୍ଦୁଲ ଠାକୁରଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ୍ ପୂରଣ କରିଛନ୍ତି। ଏହାସତ୍ତ୍ବେ ତାଙ୍କ ଦଳ ମ୍ୟାଚ୍‌ ଜିତି ପାରିନାହିଁ। ଆଇପିଏଲ୍‌ରେ ଏହା ୨୨ତମ ହ୍ୟାଟ୍ରିକ୍ ହୋଇଥିବା ବେଳେ ୧୯ତମ ବୋଲର ଭାବେ ଆଫ୍‌ଗାନିସ୍ତାନର ଲେଗ୍‌ସ୍ପିନର ରସିଦ୍‌ ହ୍ୟାଟ୍ରିକ୍ ନେଇଛନ୍ତି। ୨୦୦୮ରେ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ଲକ୍ଷ୍ମୀପତି ବାଲାଜୀ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ। ଅମିତ ମିଶ୍ର ୩ ଥର ହ୍ୟାଟ୍ରିକ୍ ନେଇଥିବା ବେଳେ ଯୁବରାଜ ସିଂହ ୨ ଥର ହ୍ୟାଟ୍ରିକ୍ ନେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories