www.samajalive.in
Thursday, December 11, 2025
18.1 C
Bhubaneswar

ବିଷମୁଣ୍ଡ ବୁଢାରାଜା ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ, ବିଜେପୁରକୁ ହରାଇ ଟାଙ୍ଗନକଣା ଚାମ୍ପିଅନ୍

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତର ବୋରପଦର ଖେଳପଡିଆଠାରେ ବିଷମୁଣ୍ଡ ବୁଢାରIଜା ଯୁବକ ସଂଘ ଆନୁକୂଲ୍ୟରେ ବିଷମୁଣ୍ଡ ବୁଢାରାଜା ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ୍ ବିଜେପୁର ଓ ଟାଙ୍ଗନକଣା ଦଳ ମଧ୍ୟରେ ହୋଇଥିଲା।

ଟାଙ୍ଗନକଣା ଦଳ ପ୍ରଥମେ ଟସ ଜିତି ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବିଜେପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୮ ଉଇକେଟ୍ ହରାଇ ୧୦୭ ରନ୍ କରିଥିବା ବେଳେ ଜବାବରେ ଟାଙ୍ଗନକଣା ଦଳ ୧୧ ଓଭରରେ ୫ ଉଇକେଟ୍ ବିନିମୟରେ ୧୦୮ ରନ୍ କରି ଚାମ୍ପିଅନ୍ ହୋଇଥିଲେ।

- Advertisement -

ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାହାଡ଼ପଦର ସରପଞ୍ଚ ଲକ୍ଷଣ ମାଝୀ, ନାଏବ ସରପଞ୍ଚ ପ୍ରତିନିଧି ବୈଦ୍ୟନାଥ ନାଏକ, ଜିଆରଏସ ଉଗ୍ରସେନ ବାଗ, ଯୋଗାଣ ସହାୟକ ଲିଙ୍ଗରାଜ ଦୁର୍ଗା, ବୋରପଦର ସ୍କୁଲ ପ୍ରଧାନ ଶିକ୍ଷକ ସୌଦାଗର ବାଗ, ସିଆରସି ପରମେଶ୍ୱର ନାଏକ, ମହାଦେବ ବାଗ, ବିରାଟ ବିଭୋର, କୁମର ନାଏକ, ଗିରିଧାରୀ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉଦଯାପନୀ ମ୍ୟାଚରେ ପ୍ରମୋଦ ବାଗ ଓ ପ୍ରଶାନ୍ତ ନାଏକ ଖେଳ ପରିଚାଳନା କରିଥିଲେ।

ଏହି ଅବସରରେ ବାଲିସେନ ନାଏକ ଧାରାବିବାରଣୀ ଦେଇଥିବା ବେଳେ ସ୍କୋର ବୋର୍ଡରେ ପ୍ରମୋଦ ବାଗ ଓ ପ୍ରଶାନ୍ତ ନାଏକ ସହଯୋଗ କରିଥିଲେ। ଯଶବନ୍ତ ବିଭୋର ଓ ପିଣ୍ଟୁ ସାହୁ ଓ଼ମ୍ପେୟାର ଭାବେ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଗତ ମାସ ୨୮ ତାରିଖରେ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଆଜି ଏହାର ଫାଇନାଲ୍ ମ୍ୟାଚ୍ ଖେଳା ଯାଇଛି।ପ୍ରତିଯୋଗିତାରେ ଆୟୋଜନ କମିଟି ପକ୍ଷରୁ ତ୍ରିନାଥ ମାଝୀ, ତପନ ସାହୁ, ଜଗନ୍ନାଥ ମାଝୀ, ବୁଲୁ ମାଝୀ, ବିଭୁ ସାହୁ, ଜଗମୋହନ ସାହୁ ସମେତ ବିଷମୁଣ୍ଡ ବୁଢାରIଜା ନକ୍ଆଉଟ୍ କ୍ରିକେଟ୍ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories