www.samajalive.in
Monday, December 8, 2025
27.1 C
Bhubaneswar

ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ ହେଲା ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ମହୋତ୍ସବ

ଲଡୁଗାଁ : କୋକସରା ବ୍ଲକରେ ଥିବା ଗୁଡ଼ହାଣ୍ଡି ଡୋକରୀଚଞ୍ଚରାରେ ନବ ଦିନ ବ୍ୟାପୀ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ବିରାଟ ଜନସମୁଦ୍ର ମଧ୍ୟରେ ଧାର୍ମିକ ବିଚାରଧାରା ସାଙ୍ଗକୁ ଐତିହାସିକ କିମ୍ବଦନ୍ତୀର ଗୁଣ ବଖାଣି ୫୧ ତମ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ମହୋତ୍ସବ ସମ୍ପନ୍ନ ହୋଇଛି। ଦେବ ରୀତିନୀତିରେ ଏହି ଡୋକରୀଚଞ୍ଚରା ପାଦ ଦେଶରୁ ପାହାଡ଼ ଶିଖର ପର୍ଯ୍ୟନ୍ତ ଦେବାଦେବୀ ମାନଙ୍କ ପୂଜନ ସମୟରେ ରାମନାମ, ହରିବୋଲ ସାଙ୍ଗକୁ ଘଣ୍ଟ ଶଙ୍ଖ ଜୟକାରା ଧ୍ୱନିରେ ନିନାଦିତ ହୋଇପଡୁଥିଲା। ସବୁଠାରୁ ବଡ଼ କଥା ହେଲା ଅତ୍ୟନ୍ତ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବରେ ଧାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସରିଛି ବିଧିବିଧାନ।

ମଧୁ ମାଧବ ତୀର୍ଥ କ୍ଷେତ୍ରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବରୁ ଆରମ୍ଭ ଏହି ପର୍ବ ପ୍ରଥମ ଦିନରେ ରାମ ନବମୀ ଅଧିବାସ, ଦ୍ବିତୀୟ ଦିନରେ ରାମ ନବମୀ ପୂଜା, ରାମ ଚରିତ ମାନସ ପଠନ, ଚିକିଲି ଗ୍ରାମର ଭକ୍ତି ଆରଧନା ଭଜନ ସମାରୋହ , ପୁଣ୍ୟ କୁଣ୍ଡ ସ୍ନାନ, ତୃତୀୟ ଦିନରେ ଭୈରବ ପୂଜା, ଭଏଁରା ଘୁମର ଦର୍ଶନ, ଚତୁର୍ଥ ଦିନରେ ପ୍ରାଗ୍ ଐତିହାସିକ ଶିଳାଲିପି ବା ଅମର ଲିପି ଦର୍ଶନ, ଗୁଡ଼ହାଣ୍ଡି ପୂଜା, ଆଧ୍ୟାତ୍ମିକ ଗବେଷକ ଗୁରୁ ଜଗଦାନନ୍ଦ ମହାରାଜଜୀଙ୍କ ପ୍ରବଚନ, ପଞ୍ଚମ ଦିନରେ ଡୋକରୀ ଦେବୀଙ୍କ ଦର୍ଶନ ଓ ପୂଜା,ଷଷ୍ଠ ଦିନରେ ରୁଷି ଗୁମ୍ଫା, ସ୍ବର୍ଗ ଗଙ୍ଗା ଦର୍ଶନ, ମନ୍ମଥ ନାଥ ପଣ୍ଡା ମହାରାଜ ଜୀ ଙ୍କ ପ୍ରବଚନ, ସପ୍ତମ ଓ ଅଷ୍ଟମ ଦିନରେ ଷୋଳ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ନବମ ଦିନରେ ନାମ ସମାପନ ଓ ପୂର୍ଣ୍ଣାହୁତି ହୋଇଥିଲା।

- Advertisement -

ଯାବତୀୟ କଟକଣା ଭିତରେ, ବାଦ ବିବାଦ ମଧ୍ୟରେ ଯେଉଁଭଳି ଶୃଙ୍ଖଳିତ ଭାବେ ଏହି ମହୋତ୍ସବ ସମ୍ପନ୍ନ ହେଲା ତାହା ବାସ୍ତବିକ ଧନ୍ୟବାଦ ଯୋଗ୍ୟ। ଦୂରଦୂରାନ୍ତରୁ ପର୍ଯ୍ୟଟକ ଭକ୍ତ ଆସିଲେ ଆଉ ଭିନ୍ନ ଏକ ଧାର୍ମିକ ଭାବନା ଉଦ୍ରେକ କରୁଥିବା ଧାର୍ମିକସ୍ଥଳୀ ତଥା ଐତିହାସିକ କିମ୍ବଦନ୍ତୀର ଭରପୁର ମଜା ନେଇଥିଲେ। ନବଦିନାତ୍ମକ ଏହି ମହୋତ୍ସବର ଆୟୋଜକ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି ତଥା ଗୁଡ଼ହାଣ୍ଡି ଡୋକରୀଚଞ୍ଚରାକୁ ସୁନ୍ଦର ରୂପରେଖ ଦେଇ ଶୋଭା ଦ୍ୱିଗୁଣିତ କରିଥିବା କଳାହାଣ୍ଡି ଜିଲ୍ଲା ବନ ବିଭାଗର ଉଦ୍ୟମ ଓ ସହଯୋଗକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।ଆଉ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ମଧ୍ୟ ତାଙ୍କ ବାର୍ତ୍ତାରେ ଏହି ଡୋକରୀଚଞ୍ଚରା ମହୋତ୍ସବ ସୂଚାରୁରୂପେ ସମ୍ପାଦନା ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ଉନ୍ନୟନ କମିଟି ତରଫରୁ ମଧ୍ୟ ମହୋତ୍ସବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆୟୋଜନକୁ ସୁବ୍ୟବସ୍ଥିତ କରିଥିବା ନିର୍ବାଚିତ ପ୍ରତିନିଧି, ଗଣମାଧ୍ୟମ, ସ୍ୱେଚ୍ଛାସେବୀ, ପୋଲିସ ପ୍ରଶାସନ, ମେଡିକାଲ ଟିମ୍ ରୁ ଶୁଭେନ୍ଦୁ କୁମାର ମୁଣ୍ଡ, ବ୍ଲକର ବିଭିନ୍ନ ଗାଁରୁ ଆସିଥିବା ସେବାୟତ ମାନେ ପୂର୍ଣ୍ଣ ସହଯୋଗ କରିଥିବା ହେତୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories