www.samajalive.in
Thursday, December 11, 2025
18.1 C
Bhubaneswar

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ବଜ୍ରପାତଜନିତ ଦୁର୍ଘଟଣା ହ୍ରାସ କରିବା ନେଇ ବୈଠକ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍‌ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବଜ୍ରପାତଜନିତ ମୃତୁ୍ୟ ହ୍ରାସ ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲାର ଜିଲାପାଳ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଯୋଗଦେଇଥିଲେ। ଏବେ ବଜ୍ରପାତ, ବିଜୁଳି ଓ ବର୍ଷା ସଂପର୍କରେ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ମିଳିପାରୁଛି।

ଏହି ସତର୍କ ସୂଚନା ସମସ୍ତ ଜିଲ୍ଲାପାଳମାନଙ୍କୁ ଇମେଲ୍‌ ଓ ହ୍ୱଟସ୍‌ଆପ ମାଧ୍ୟମରେ ଆଗୁଆ ଅବଗତ କରାଯାଉଛି। ବିଭିନ୍ନ ଜିଲ୍ଲାରୁ ବଜ୍ରପାତଜନିତ ଦୁର୍ଘଟଣାର ଖବର ଆସୁଥିବାବେଳେ ସେ ସଂପର୍କରେ ସତର୍କ ସୂଚନା ପାଇବା ମାତ୍ରେ ତୁରନ୍ତ ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଏ ବାବଦରେ ଅବଗତ ହୋଇପାରିଲେ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ଦର୍ଶାଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଜିଲାପାନଙ୍କୁ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ଏହା ଦେଖାଯାଉଛି ଯେ ବଜ୍ରପାତ ପ୍ରାୟତଃ ଦିନ ୨ଟାରୁ ରାତି ୯ଟା ମଧ୍ୟରେ ସଂଗଠିତ ହେଉଛି। ମୁଖ୍ୟତଃ କୃଷକ, କୃଷିକାର୍ଯ୍ୟରେ ଜଡ଼ିତ ଶ୍ରମିକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିବା ଲୋକମାନେ ବିଶେଷ ଭାବେ ଏହି ଦୁର୍ଘଟଣାର ଶିକାର ହେଉଛନ୍ତି।
ଏହି ଅବସରରେ ପାଣିପାଗ କେନ୍ଦ୍ରର ନିର୍ଦେଶକ କହିଥିଲେ ଯେ ଏଭଳି ଅବସ୍ଥା ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିପାରେ। ଏହି ସମୟ ମଧ୍ୟରେ ବାହାରେ ରହୁଥିବା ଲୋକମାନେ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଖବରକାଗଜ ଓ ଟିଭି ମାଧ୍ୟମରେ ସତର୍କ ସୂଚନା ଜାରି କରାଯିବ ଓ ବଜ୍ରପାତ ସମୟରେ କିଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ, ସେ ସଂପର୍କରେ ସମସ୍ତ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ଏହାର ପ୍ରଚାରପ୍ରସାର କରାଯିବ ବୋଲି
ବୈଠକରେ ସ୍ଥିର କରାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories