ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ:୯ ମୃତ୍ୟୁ, ୨୧୦୬ ମାମଲାରେ ୭,୭୨,୭୯୫ଟଙ୍କା ଜୋରିମାନା ଆଦାୟ

୬୪ଟି ଯାନର ଯୋଗ୍ୟତା ପ୍ରମାଣପତ୍ର ବାତିଲ

କେନ୍ଦୁଝରଗଡ଼: ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ଘଟଣା ହ୍ରାସ ନିମନ୍ତେ ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଥିବା ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ଶୁକ୍ରବାର ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାରେ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ମଧ୍ୟରେ ମୋଟ ୧୨ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି।

prayash

ସେହିଭଳି ସପ୍ତାହ ପାଳନ ଅବସରରେ କେନ୍ଦୁଝର ଓ ବଡବିଲ ଆଞ୍ଚଳିକ ପରିବହନ ବିଭାଗ ଏବଂ ଜିଲା ପୁଲିସ ପ୍ରଶାସନ ମିଳିତ ସହଯୋଗରେ ଜିଲାର ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚ କରାଯାଇ ମୋଟ ୨୧୦୬ଟି ମାମଲାରେ ୭ଲକ୍ଷ ୭୨ହଜାର ୭୯୫ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଆରଟିଓ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ସେଥିମଧ୍ୟରୁ କେବଳ ପୁଲିସ ପ୍ରଶାସନ ପକ୍ଷରୁ ୮୨୪ଟି ମାମଲାରେ ୩ଲକ୍ଷ ୫୫ହଜାର ୫୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଆଞ୍ଚଳିକ ପରିବହନ ବିଭାଗ ବଡବିଲ ପକ୍ଷରୁ ୬୨୨ଟି ମାମଲାରେ ୪ଲକ୍ଷ ୩ହଜାର ୯୮୦ଟଙ୍କା ଏବଂ ଆଞ୍ଚଳିକ ପରିବହନ ବିଭାଗ କେନ୍ଦୁଝର ପକ୍ଷରୁ ୬୬୦ଟି ମାମଲାରେ ୧୩ହଜାର ୩୧୫ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଆରଟିଓ ଶ୍ରୀ ଦାସ କହିଛନ୍ତି।

ଦୃତ ଚାଳନା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବଡବିଲ ପକ୍ଷରୁ ୧୩୨ ଓ କେନ୍ଦୁଝର କାର୍ଯ୍ୟାଳୟ ପକ୍ଷରୁ ୧୯୯କୁ ମିଶାଇ ମୋଟ ୩୩୧ଟି ମାମଲା, ବିନା ହେଲମେଟରେ ବାଇକ୍‍ ଚାଳନା ମାମଲାରେ ବଡବିଲ ପକ୍ଷରୁ ୨୯୮ ଓ କେନ୍ଦୁଝର ପକ୍ଷରୁ ୨୬୬ଟି ମାମଲାକୁ ମିଶାଇ ମୋଟ ୫୬୪, ଚାରିଚକିଆ ଯାନ ଚାଳନା ବେଳେ ସିଟ୍‍ ବେଲ୍ଟ ପିନ୍ଧିନଥିବା ମାମଲାରେ ବଡବିଲ ପକ୍ଷରୁ ୬ଟି ଓ କେନ୍ଦୁଝର ପକ୍ଷରୁ୨୫ଟି ମାମଲାକୁ ମିଶାଇ ୩୧ଟି, ଯାନବାହାନ ଚଳାଚଳ ବେଳେ ମୋବାଇଲ ବ୍ୟବହାର ମାମଲାରେ ବଡବିଲ ପକ୍ଷରୁ ୨୩ଟି ଓ କେନ୍ଦୁଝର ପକ୍ଷରୁ ୧୪ଟିକୁ ମିଶାଇ ୩୭ଟି, ନିଶାସେବନ କରି ଯାନ ବାହାନ ଚାଳନା ମାମଲାରେ ବଡବିଲ ପକ୍ଷରୁ ୫୩ଓ କେନ୍ଦୁଝର ପକ୍ଷରୁ ୫୫ଟି ମାମଲାକୁ ମିଶାଇ ୧୦୮, ମାମଲବାହୀ ଯାନରେ ଯାତ୍ରୀ ପରିବହନ ପାଇଁ ବଡବିଲ ପକ୍ଷରୁ ୩ ଓ କେନ୍ଦୁଝର ପକ୍ଷରୁ ୧୨ଟି ମାମଲାକୁ ମିଶାଇ ୧୫, ମାତ୍ରାଧିକ ପରିବହନ ପାଇଁ ବଡବିଲ ପକ୍ଷରୁ ୧୬ ଓ କେନ୍ଦୁଝର ପକ୍ଷରୁ ୨୧ଟି ମାମଲାକୁ ମିଶାଇ ୩୭, ବାଇକ୍‍ ଯୋଗେ ୩ଜଣ ଯାତ୍ରା କରିବା ମାମଲାରେ ବଡବିଲ ପକ୍ଷରୁ ୧ ଓ କେନ୍ଦୁଝର ପକ୍ଷରୁ ୧୫ମାମଲାକୁ ମିଶାଇ ୧୬, ବିପରୀତ ଦିଗରେ ଚାଳନା ଯୋଗୁଁ ବଡବିଲ ପକ୍ଷରୁ ୧୦ ଓ କେନ୍ଦୁଝର ପକ୍ଷରୁ ୪୫ ମାମଲାକୁ ମିଶାଇ ମୋଟ ୫୫, ନାବାଳକଙ୍କ ଦ୍ୱାରା ଯାନବାହାନ ଚଳାଚଳ ଯୋଗୁଁ ବଡବିଲ ପକ୍ଷରୁ ୧୬ ଓ କେନ୍ଦୁଝର ପକ୍ଷରୁ ୮କୁ ମିଶାଇ ମୋଟ ୨୪ ଏବଂ କେବଳ ବଡବିଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ସପ୍ତାହ ପାଳନ ଅବସରରେ ୬୪ଟି ଯାନର ଯୋଗ୍ୟତା ପ୍ରମାଣପତ୍ର (ଫିଟନେସ୍‍ ସାର୍ଟିଫିକେଟ)କୁ ବାତିଲ କରାଯାଇଥିବା ଜଣାପଡିଛି।

kalyan agarbati

Comments are closed.