www.samajalive.in
Sunday, December 14, 2025
26.1 C
Bhubaneswar

ନୂଆଦିଲ୍ଲୀରେ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ

ନୂଆଦିଲ୍ଲୀ- ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି। ଶ୍ରୀ ସାହୁଙ୍କର ଦୀର୍ଘ ୪୫ ବର୍ଷର କଳାକୃତି ଓ ସୃଜନଶୀଳ ଉପଲବ୍ଧିକୁ ଏଠାରେ ପ୍ରଦର୍ଶନ କରଯାଇଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ଚାଲିବାକୁ ଥିବା “ଚିତ୍ରକାବ୍ୟ” ଶୀର୍ଷକ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀକୁ କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖୀ ଉଦଘାଟନ କରିଛନ୍ତି।
ଚଳିତ ପ୍ରଦର୍ଶନୀରେ ସ୍ଥାନ ପାଇଥିବା ୪୦ ଟିରୁ ଉର୍ଦ୍ଧ୍ଵ ଛବି, କାନଭାସ୍ ଉପରେ ଆକ୍ରେଲିକ୍ ଓ କଲମ କାଳୀ ବ୍ୟବହାର କରି ଅଙ୍କା ଯାଇଥିବା, ଏହାର ପ୍ରଧାନ ବିଶେଷତ୍ଵ ବୋଲି ଗଣ୍ୟ କରାଯାଉଛି। ପ୍ରାୟତଃ ସମସ୍ତ ଚିତ୍ର, ପ୍ରକୃତି ଓ ପରିବାର ଉପରେ ଆଧାରିତ ହୋଇଥିବା ଲକ୍ଷ୍ୟ କରାଯାଉଛି। ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ବନିଥିବା ୨୦ ଫୁଟ ଲମ୍ବ ଓ ୮ ଫୁଟ ଉଚ୍ଚତା ବିଶିଷ୍ଟ ବୌଦ୍ଧ କୀର୍ତ୍ତିକୁ ପ୍ରସ୍ତୁତ କରିବା ପାଇଁ ଚିତ୍ରକାର ଶ୍ରୀ ସାହୁଙ୍କୁ ଦୁଇ ବର୍ଷ ସମୟ ଲାଗିଥିବା ବେଳେ ଅନ୍ୟତମ ଆକର୍ଷଣ ୧୬ ଫୁଟ ଲମ୍ବ ଓ ୭ ଫୁଟ ଉଚ୍ଚତା ବିଶିଷ୍ଟ ପରିବାର ଏବଂ ପ୍ରକୃତି ଆଧାରିତ ଚିତ୍ର ଅଙ୍କନ କରିବା ପାଇଁ, ସେ ଦେଢ଼ ବର୍ଷ ସମୟ ବିତାଇ ଥିବା ଜଣାଯାଇଛି। ଏହି ଦୁଇଟି ଚିତ୍ର ଦର୍ଶକ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହେଉଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories