www.samajalive.in
Sunday, December 14, 2025
23.1 C
Bhubaneswar

ଆପଣ ବି ଖାଲି ପେଟରେ ଚା’ ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ!

ସାଧାରଣତଃ ପ୍ରତିଘରେ ଚା’ ପିଇବା ଲୋକ ନିଶ୍ଚୟ ଥାଆନ୍ତି। ବହୁତ ଲୋକଙ୍କର ସକାଳୁ ଉଠିବା ମାତ୍ରେ ହିଁ ଚା’ ଦରକାର ହୋଇଥାଏ ଓ ସେମାନେ ଖାଲି ପେଟରେ ଚା’ ପିଇଥାଆନ୍ତି। ଏହାଦ୍ୱାରା ତାଙ୍କୁ ସତେଜ ଓ ଫୂର୍ତ୍ତି ଲାଗିଥାଏ ବୋଲି ସେମାନେ ଭାବିଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଖାଲି ପେଟରେ ଚା’ ପିଇବା ଶରୀର ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ? ଯଦି ଅପାଣ ମଧ୍ୟ ସକାଳୁ ଉଠି ଖାଲି ପେଟରେ ଚା’ ପିଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ଓ ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ। ତେବେ ଚାଲନ୍ତୁ ଜାଣିବା ଖାଲି ପେଟରେ ଚା’ ପିଇବା ଦ୍ୱାରା କେଉଁ କେଉଁ ସମସ୍ୟା ଦେଖା ଦେଇଥାଏ –

୧. ପ୍ରତିଦିନ ଖାଲି ପେଟରେ ଚା’ ପିଇବା ଦ୍ୱାରା ଅଳ୍ପ ପରିଶ୍ରମରେ ଲୋକେ ଶୀଘ୍ର ଥକ୍କାପଣ ଅନୁଭବ କରିଥାଆନ୍ତି। ଏହାଦ୍ୱାରା ଠିକ୍‌ ଭାବରେ ଭୋକ ଲାଗେନାହିଁ ଓ ଖାଦ୍ୟର ପୋଷଣ ଶରୀରକୁ ମିଳି ପାରେନାହିଁ । ଯଦ୍ୱାରା ଥକ୍କାପଣ ଅନୁଭବ ହୋଇଥାଏ ।

- Advertisement -

୨. ଖାଲି ପେଟରେ ଚା’ ପିଇବା ଦ୍ୱାରା ଛୋଟ କଥାରେ ବିରକ୍ତି ପ୍ରକାଶ କରିବା ବା ଚିଡ଼୍‍ଚିଡ଼୍‍ ହେବା ଭଳି ସମସ୍ୟା ଦେଖା ଦେଇଥାଏ। ଏଥିସହିତ କୌଣସି କାମ କରିବାକୁ ଆଗ୍ରହ ନ ଆସିବା ସହ ଲୋକମାନେ ଖୁବ୍‌ ଶୀଘ୍ର ରାଗିବାକୁ ଲାଗିଥା’ନ୍ତି ।

୩. ଖାଲି ପେଟରେ ଚା’ ପିଇଲେ ପେଟ ଫୁଲିବା ସମସ୍ୟା ମଧ୍ୟ ଦେଖା ଦେଇଥାଏ। ପେଟରେ ଗ୍ୟାସ୍‌ ଭରିଯିବା ଯୋଗୁଁ ଏପରି ହୋଇଥାଏ। ସେଥିପାଇଁ ଖାଲି ପେଟରେ ଚା’ ପିଇବା ଆଦୌ ଉଚିତ୍‍ ନୁହେଁ।

୪. ଚା’ରେ ପଢ଼ୁଥିବା ଚିନି ଏବଂ ଚା’ ପତି ଶରୀରର ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯଦ୍ୱାରା ଅନେକ ରୋଗ ଦେଖା ଦେଇଥାଏ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories