www.samajalive.in
Friday, December 5, 2025
17.1 C
Bhubaneswar

ଇରାନ୍‍ରୁ ତୈଳ ଆମଦାନୀ ୩୦% ହ୍ରାସ କରିଛି ଭାରତ

ନୂଆଦିଲ୍ଲୀ: ଆମେରିକାର ଚେତାବନୀ ପରେ ଇତିମଧ୍ୟରେ ଭାରତ ଇରାନ୍‍ରୁ ତୈଳ ଆମଦାନୀ ୩୦% ହ୍ରାସ କରିଛି। ଏହାପରେ ଆମେରିକାର କଟକଣା ତାଲିକାରୁ ଭାରତ ଛାଡ଼ ପାଇବ ବୋଲି ଆଶା ରଖିଛି। ଇରାନ୍‍ରୁ ତୈଳ ଆମଦାନୀ ନ କରିବାକୁ ଆମେରିକା ତାର ବାଣିଜ୍ୟ ସହଯୋଗୀ ରାଷ୍ଟ୍ରଙ୍କୁ କହିଥିଲା। ଏହାସତ୍ତେ୍ୱ ଭାରତ ଇରାନ୍‍ରୁ ତୈଳ ଆମଦାନୀ କରୁଥିବାରୁ ଭାରତ ଉପରେ ଆମେରିକା କଟକଣା ଲାଗୁ କରିପାରେ ବୋଲି ଆଶଙ୍କା ଥିଲା। ଇତିମଧ୍ୟରେ ଭାରତ ଇରାନ୍‍ରୁ ତୈଳ ଆମଦାନୀ ହ୍ରାସ କରିଥିବାରୁ କଟକଣାରୁ ବର୍ତ୍ତିବା ଆଶା କରାଯାଉଛି। ଆସନ୍ତା ୫ ତାରିଖରେ ଆମେରିକାର କଟକଣା ନୀତି ଘୋଷଣା ହେବାକୁ ଥିବାରୁ ସେ ପର୍ଯ୍ୟନ୍ତ ଭାରତକୁ ଅପେକ୍ଷା କରିବାକୁ ପଡ଼ିବ। ଏ ସମ୍ପର୍କରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନକୁ ଆମେରିକାର ଭାରତ ପାଇଁ ନିଯୁକ୍ତ ରାଷ୍ଟ୍ରଦୂତ କେନ୍‍ ଜଷ୍ଟର ଏଡ଼ାଇ ଯାଇଛନ୍ତି।
ଆମେରିକାର ଚେତାବନୀ ପରେ ରିଲାଏନ୍ସ ଇରାନରୁ ତୈଳ ଆମଦାନୀ ବନ୍ଦ କରିଥିବା ବେଳେ ଏସାର-ନ୍ୟାରା ଓ ମାଙ୍ଗାଲୋର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ଆମଦାନୀ ଜାରି ରଖିଛନ୍ତି। ଭାରତୀୟ ଆମଦାନୀକାରୀଙ୍କୁ ଇରାନ୍‍ ବିପୁଳ ରିଆତି ସହିତ ଋଣ ଓ ବୀମା ସୁବିଧା ଯୋଗାଇ ଦେଉଛି। ତେଣୁ ଇରାନ୍‍ରୁ ତୈଳ ଆମଦାନୀ ବନ୍ଦ କରାଯିବ କି ନାହିଁ ତା ଉପରେ ବିଚାରବିମର୍ଶ ଚାଲିଛି। ଇତିମଧ୍ୟରେ ସାଉଦୀ ଆରବ ଓ ୟୁଏଇର ଶକ୍ତି ମନ୍ତ୍ରୀ ଭାରତର ପ୍ରତିପକ୍ଷ ସହିତ ତୈଳ ରପ୍ତାନୀ ଓ ରିଆତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories