www.samajalive.in
Saturday, December 6, 2025
23.1 C
Bhubaneswar

କବି ସୌଭାଗ୍ୟବନ୍ତଙ୍କୁ ଗୋପବନ୍ଧୁ ସତ୍ୟବାଦୀ ସାହିତ୍ୟ ସମ୍ମାନ 

ସମ୍ବଲପୁର : ସମାଜ ଖବରର ଆନୁକୂଲ୍ୟରେ ପ୍ରକାଶିତ ମାସିକ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ର ୨୦୨୨ ମସିହା ପାଇଁ ଗୋପବନ୍ଧୁଙ୍କ ସତ୍ୟବାଦୀ ସାହିତ୍ୟ ସମ୍ମାନ ସମ୍ବଲପୁରର କବି ସୌଭାଗ୍ୟବନ୍ତ ମହାରଣାଙ୍କୁ ପ୍ରଦାନ କରାଯାଇଛି। ସରସ୍ୱତୀ ସମ୍ମାନ ପ୍ରାପ୍ତ ସାହିତ୍ୟକ ପ୍ର. ଶରଣ କୁମାର ଲିମ୍ବାଲେ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା ପାରମିତା ଶତପଥୀ କବି ସୌଭାଗ୍ୟବନ୍ତଙ୍କୁ ସତ୍ୟବାଦୀର ସମ୍ପାଦକ ନିରଞ୍ଜନ ରଥ ଓ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ଶ୍ରୀ ମହାରଣା ଏହା ପୂର୍ବରୁ ସମ୍ମାନଜନକ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ପ୍ରଜାତନ୍ତ୍ର ଝଙ୍କାର କବିତା ପୁରସ୍କାର ପ୍ରାପ୍ତ କରିଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କର ୧୯ଟି କବିତା ସଙ୍କଳନ ଓ ୫ଟି ପ୍ରବନ୍ଧ ସଙ୍କଳନ ପ୍ରକାଶିତ ହୋଇଛି। ତାଙ୍କର କିଛି କବିତା ଇଂରାଜୀ, ହିନ୍ଦି, ବଙ୍ଗଳା, ଅସମୀୟା ଓ ଗୁଜରାଟୀ ଭାଷାରେ ଅନୁବାଦିତ ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories