www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱାଧୀନତା ସଂଗ୍ରାମୀ ବୀର ରଘୁନାଥ ମାହାତୋଙ୍କ ୨୪୫ ତମ ଶହିଦ ଦିବସ

ପାଟଣା: କୁଡୁମୀ ସମ୍ପ୍ରଦାୟର ଗର୍ବ ଓ ଗୌରବ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ପ୍ରତିବାଦର ସ୍ୱର ଉଠାଇ ଚୁହାଡ ବିଦ୍ରୋହ କରି ଶହିଦ ହୋଇଥିବା କୁଡୁମୀ ବୀର ଶହିଦ ରଘୁନାଥ ମାହାତୋଙ୍କ ୨୪୫ତମ ଶହିଦ ଦିବସ ମହାସମାରୋହରେ ପାଳିତ ହୋଇଛି। ପାଟଣା ବ୍ଲକ ଯମୁନାପଶି ଗ୍ରାମ ପଞ୍ଚାୟତର ପଦ୍ମପୁର ଗ୍ରାମରେ ଏ ବର୍ଷ ଶହିଦ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥିଭାବେ ପଶ୍ଚିମବଙ୍ଗର ଖାଉଟି ବିଭାଗର ମନ୍ତ୍ରୀ ଶ୍ରୀକାନ୍ତ ମାହାତୋ, ମୁଖ୍ୟ ବକ୍ତାଭାବେ କୁଡୁମୀ ସମାଜର ଛୋଟେଲାଲ ମହାନ୍ତ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ ଓ ଲୀଳାବତୀ ମହାନ୍ତ, ଓଡିଶା କୁଡୁମୀ ସେନାର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ମହାନ୍ତ, ରାଜ୍ୟ ସମ୍ପାଦକ ଲଚ୍ଛମନ ମହାନ୍ତ, ଅଞ୍ଜନା ମାହାତୋ, ଓଡ଼ିଶା କୁଡୁମୀ ସେନାର ସଭାପତି ଦିବ୍ୟସିଂହ ମହାନ୍ତ, ଉପସଭାପତି ମିତ୍ରଭାନୁ ମହାନ୍ତ, ସାଧାରଣ ସମ୍ପାଦକ ଦୁର୍ଗାଚରଣ ମହାନ୍ତ, ଯୁବ ସାଧାରଣ ସମ୍ପାଦକ ବିଶ୍ଵଜିତ ମହାନ୍ତ, ରାଜ୍ୟ ସଭାନେତ୍ରୀ ସବିତା ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାନେତ୍ରୀ ମଧୁସ୍ମିତା ମହାନ୍ତ ପ୍ରମୁଖ ଯୋଗ ଦେଇ ଶହିଦଙ୍କ ସଂଗ୍ରାମୀ ଜୀବନ କାହାଣୀ ବିଷୟରେ ସମ୍ୟକ ଅଭିଭାଷଣ ରଖିବା ସହିତ କୁଡୁମୀ ସମ୍ପ୍ରଦାୟର ପୁନଃ ଆଦିବାସୀ ଦାବୀକୁ ପୂରଣ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଡୁମୀ ସମ୍ପ୍ରଦାୟର ଝୁମର ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟତମ ଅତିଥି ମଧ୍ୟରେ ଓଡ଼ିଶା କୁଡୁମୀ ସମାଜର ସଭାପତି କ୍ଷିରୋଦ ଚନ୍ଦ୍ର ମହାନ୍ତ, ଆଦିବାସୀ କୁଡୁମୀ ସମାଜର ସଭାପତି ମନୋଜ କୁମାର ମହାନ୍ତ, ନନ୍ଦକିଶୋର ମହାନ୍ତ, ଅଗ୍ନୁଚରଣ ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାପତି ତ୍ରିଲୋଚନ ମହାନ୍ତ, ବିନୋଦ ବିହାରୀ ମହାନ୍ତ ପ୍ରମୁଖ ଯୋଗ ଦେଇ ସମ୍ପ୍ରଦାୟକୁ ପୁନଃ ଆଦିବାସୀ ତାଲିକାଭୁକ୍ତ ହେବା ପାଇଁ ଏକଜୁଟ ହେବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories