www.samajalive.in
Sunday, December 14, 2025
14.1 C
Bhubaneswar

ଧାନବେଣୀରେ ଶହିଦ ରଘୁନାଥ ମାହାତୋଙ୍କ ସହିଦ ଦିବସ

ପାଟଣା: ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଧାନବେଣୀ ଗ୍ରାମ ପବିତ୍ର ବୈତରଣୀ ନଦୀକୂଳରେ ଥିବା କରମ ତୀର୍ଥରେ ଶହିଦ ରଘୁନାଥ ମାହାତୋଙ୍କ ୨୪୫ ତମ ଶହିଦ ଦିବସ ପାଳିତ ହୋଇଯାଇଛି। ଶହିଦ ରଘୁନାଥ ମାହାତୋ ସ୍ମୃତି କମିଟି ଦ୍ଵାରା ଆୟୋଜିତ ଭାରତର ପ୍ରଥମ କୁଡୁମି ଜାତିର ସ୍ବାଧୀନତା ସଂଗ୍ରାମୀ ସହିଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କୁଡୁମୀ ଜନଜାତିର ବିଶିଷ୍ଟ ସମାଜସେବୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।ଶହିଦ ରଘୁନାଥ ମାହାତୋଙ୍କ ଚୁହାଡ଼ ବିଦ୍ରୋହର ଭୂମିକା ସ୍ବାଧୀନତା ସଂଗ୍ରାମରେ ଇଂରେଜ ମାନଙ୍କ ବିରୋଧରେ ଲଢେଇ କରି ଶହିଦ ହୋଇ ଯାଇଥିବା କଥାକୁ ସ୍ମୃତି ଚାରଣ କରିଥିଲେ।ଏଥିରେ ଇଂ ସୁରେନ୍ଦ୍ର ନାଥ ମହାନ୍ତ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତ, ଡ଼ା ପ୍ରତାପ ଚନ୍ଦ୍ର ମହାନ୍ତ, ଓଡ଼ିଶା କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ଜିଲ୍ଲାପରିଷଦ ସଦସ୍ୟା ରୁନୁ ମହାନ୍ତ, ହୃଷୀକେଶ ମହାନ୍ତ, ଡ଼ା ସୁଦର୍ଶନ ଲୋହାର, ନବୀନ କିଶୋର ମହାନ୍ତ, ମନୋଜ କୁମାର ମହାନ୍ତ ପ୍ରଭୁତି ଯୋଗଦେଇ ସହିଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ କରିଥିଲେ। ସହିଦ ରଘୁନାଥ ମାହାତୋ ଅମର ରହେ ସ୍ଲୋଗାନ ଦେଇ କୁଡୁମି ଜାତିର ଗୌରବକୁ ମନେ ପକାଇଥିଲେ। ପରେ ସ୍ମୃତିସଭାରେ ବକ୍ତା ମାନେ ଶହିଦଙ୍କ ଗୁଣଗାନ କରିଥିଲେ। ସ୍ମୃତି କମିଟିର ସଦସ୍ୟ ଶରତ ଚନ୍ଦ୍ର ମହାନ୍ତ, ଖଗେଶ୍ବର ମହାନ୍ତ, ଧରଣୀ ମହାନ୍ତ,ତୁଳସୀ ମହାନ୍ତ,ଯଶୋଦା ମହାନ୍ତ, ବୀଣା ମହାନ୍ତ, ନକୁଳ ମହାନ୍ତ , ସୁକାନ୍ତ ମହାନ୍ତ ଓ ଭୁତ ମହାନ୍ତ ପରିଚାଳନା କରିବାରେ ସହଯୋଗ କରିଥିଲେ। ଧାନବେଣୀ ତଥା ସ୍ଥାନୀୟ ଅଞ୍ଚଳର କୁଡୁମି ଜାତି ଭାଇ ଭଉଣୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories