ପଛୁଆ ବର୍ଗଙ୍କ ସର୍ଭେ ପାଇଁ ଜିଲାସ୍ତରୀୟ ତାଲିମ ଶିବିର
ନବରଙ୍ଗପୁର : ରାଜ୍ୟ ପଛୁଆ ବର୍ଗ କମିଶନ ଦ୍ବାରା ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତରେ ସର୍ଭେ କରାଯିବା ପାଇଁ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧକ୍ଷତାରେ ଜିଲାର ଦଶଟି ବ୍ଲକ୍ ଓ ଦୁଇଟି ପୌରାଞ୍ଚଳର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର, ସିଡ଼ିପିଓ, ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡକ୍ଟର ମିଶ୍ର ପ୍ରଦୀପ ପ୍ରଜ୍ବଳନ ପୂର୍ବକ ତାଲିମ ଶିବିରର ଉଦଘାଟନ କରି ଜିଲାର ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ଆଧାର କରି ସର୍ଭେ କରିବା ପାଇଁ ଦାୟିତ୍ଵ ବହନ କରୁଥିବା ସଂପୃକ୍ତ ସମସ୍ତ ଅଧିକାରୀ, କର୍ମଚାରୀ ଯତ୍ନବାନ ହୋଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସୁଚାରୁରୂପେ ନିଜ ନିଜ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ୍ ଏବଂ ପୌରାଞ୍ଚଳରେ ଦୁଇଟି ପର୍ଯ୍ୟାୟରେ ଏହି ତାଲିମ ଶିବିର ଅନୁଷ୍ଠିତ ହେବ। ଏହି ତାଲିମ ଶିବିର ଓ ସର୍ଭେ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରପରିଷଦ ନିର୍ବାହୀ ଅଧିକାରୀ ମାନଙ୍କୁ ସଂପୃକ୍ତ ବ୍ଲକ୍ ଏବଂ ପୌରାଞ୍ଚଳର ନୋଡାଲ ଅଧିକାରୀ ଭାବରେ ଦାୟିତ୍ଵ ଦେଇଯାଇଛି । ଏହି ସର୍ଭେ କାର୍ଯ୍ୟରେ ବିଶେଷ କରି ଅଙ୍ଗନୱାଡ଼ି କର୍ମୀଙ୍କର ପ୍ରମୁଖ ଭୂମିକା ରହିଛି । ତାଲିମ ଶିବିର ପରେ ମେ ୧ ତାରିଖରୁ ମେ ୨୭ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ ଚାଲିବ ଏଵଂ ୨୭।୬।୨୩ ରେ ଚିଠା ସର୍ଭେ ତାଲିକା ପ୍ରକାଶିତ ହେଵ। ଏ ସମ୍ବନ୍ଧିତ ଅଭିଯୋଗ ଶୁଣାଣୀ ପାଇଁ ତା ୨୮।୬ ରୁ ୩।୭।୨୦୨୩ ଧାର୍ଯ୍ୟ ତାରିଖ ରହିଛି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅଭିଯୋଗ ଶୁଣାଣୀ ପରେ ତା ୧୨।୭।୨୦୨୩ ରିଖରେ ଚୁଡାନ୍ତ ତାଲିକା ପ୍ରକାଶିତ ହେଵ।
ଏହି ସର୍ଭେ କାର୍ଯ୍ୟରେ ର।ଜ୍ୟ ପର୍ଯ୍ୟବେକ୍ଷକ ଭବେ ଅତିରିକ୍ତ ସଚିବ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସୁରେନ୍ଦ୍ର କୁମାର ପଣ୍ଡା ତାଲିମ ଶିବିରରେ ଯୋଗଦେଇ ଜିଲାର ଏହି ସର୍ଭେ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ସଂପୃକ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସର୍ଭେ କାର୍ଯ୍ୟ ପାଇଁ ଜିଲା ସ୍ତରରେ ନୋଡାଲ ଅଧିକାରୀ ଭାବରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ ରହିଥିବା ବେଳେ ଡେପୁଟି ଜିଲା ନୋଡାଲ ଅଧିକାରୀ ଭାବରେ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ରହିଛନ୍ତି । ସେହିପରି ଜିଲା ସ୍ତରୀୟ ମାଷ୍ଟର ଟ୍ରେନର ଭାବରେ ଡେପୁଟି କଲେକ୍ଟର ନିର୍ମଳ କୁମାର ନାୟକ, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲା ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲେଇ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ଙ୍କୁ ଦାୟିତ୍ୱ ଦିଆଯାଇଛି।
ଜିଲା ସ୍ତରୀୟ ଏହି ସର୍ଭେ ତାଲିମ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପୌରପରିଷଦ ନିର୍ବାହୀ ଅଧିକାରୀ, ସିଡ଼ିପିଓ, ସୁପରଭାଇଜର ଯୋଗଦେଇଥିଲେ।
Comments are closed.