www.samajalive.in
Sunday, December 14, 2025
23.1 C
Bhubaneswar

ଆଇପିଏଲ-୨୦୨୩ : ଆଜି ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା

ଗୁଆହାଟୀ‌ : ଚଳିତ ଆଇପିଏଲର ଅଷ୍ଟମ ଲିଗ୍‌ ମ୍ୟାଚ ଆଜି ଗୌହ୍ବାଟୀରେ ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚ ଜିତି ସମାନ ସ୍ଥିତିରେ ଥିବାରୁ ଦ୍ବିତୀୟ ମ୍ୟାଚରେ ବିଜୟଧାରାକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଶିଖର ଧାୱନଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚରେ ଡକ୍‌ୱଥ୍‌ ଲୁଇସ୍‌ ନିୟମ ଆଧାରରେ ୭ରନରେ କଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଥିଲା।
ବ୍ୟାଟିଂରେ ଦୁଇ ଓପନର ଅଧିନାୟକ ଧାୱନ ଓ ପ୍ରଭସିମରଜିତ ସିଂହ ଭଲ ରନ କରିଥିବାବେଳେ ମଧ୍ୟକ୍ରମରେ ଭାନୁକା ରାଜପାକ୍ଷେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିତେଶ ଶର୍ମା, ସିକନ୍ଦର ରାଜା ରନ କରିଥିଲେ ମଧ୍ୟ ବଡ ସ୍କୋର କରିପାରିନଥିଲେ। ୧୮ କୋଟି ୫୦ ଲକ୍ଷ ଟଙ୍କାରେ କ୍ରୟ ହୋଇଥିବା ଅଲରାଉଣ୍ଡର ସାମ୍‌ କରନ କଲକାତା ବିପକ୍ଷ ମ୍ୟାଚରେ ବ୍ୟାଟିଂରେ ୧୭ଟି ବଲରୁ ୨୬ରନ କରିବା ସହିତ ବୋଲିଂରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ବୋଲିଂରେ କରନ ୩ ଓଭର ପକାଇ ୩୮ରନ ବ୍ୟୟ କରିବା ସହିତ ଗୋଟିଏ ୱିକେଟ ନେଇଥିଲେ। ଧାୱନ ତାଙ୍କଠାରୁ ବ୍ୟାଟିଂ ଓ ବୋଲିଂରେ ଅଧିକ ଭଲ ପ୍ରଦର୍ଶନ ନିଶ୍ଚିତ ଆଶା ରଖିବେ।ଦଳରେ ଇଂଲଣ୍ଡ ଅଲରାଉଣ୍ଡର ଲିୟାମ ଲିଭିଙ୍ଗଷ୍ଟୋନ ଥିଲେ ମଧ୍ୟ ଇସିବିର ଅନୁମତି ମିଳିନଥିବାରୁ ଏପଯ୍ୟନ୍ତ ଆଇପିଏଲରେ ଯୋଗ ଦେଇପାରିନାହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦ୍ରୁତ ବୋଲର ଅର୍ଶଦୀପ ସିଂହ କଲକାତା ବ୍ୟାଟ୍‌ସମ୍ୟାନଙ୍କୁ ପ୍ରାରମ୍ଭିକ ଝଟ୍‌କା ଦେବାରେ ସଫଳ ହୋଇଥିଲେ। ପଞ୍ଜାବ ନିକଟରେ ନାଥନ ଏଲିସ,ରାହୁଲ ଚହର, ଋଷି ଧାୱନ, ସିକନ୍ଦର ରାଜା ଓ ହରପ୍ରିତ ବ୍ରାର ମଧ୍ୟ ବୋଲିଂ କରି ଅଫସନ ରହିଛି। ସେହିପରି ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ପ୍ରଥମ ମ୍ୟାଚରେ ସନରାଇଜସ ହାଇଦରାବାଦ୍‌ ବିପକ୍ଷରେ୭୨ରନରେ ବଡ ବିଜୟ ହାସଲ କରିଥିଲା। ପ୍ରଥମ ୩ ବ୍ୟାଟ୍‌ସମ୍ୟାନ ଯସଶ୍ବୀ ଜସୱାଲ, ଜୋଶ୍‌ ବଟ୍‌ଲର ଓ ସଞ୍ଜୁ ସାମସନ ଅର୍ଦ୍ଧଶତକ ହାସଲ କରିଥିବାବେଳେ ସିମରନ ହେତମେୟାର ମଧ୍ୟ ସ୍ଥିତି ଅନୁଯାୟୀ ବ୍ୟାଟିଂ କରିଥିଲେ। ରିୟାନ ପରାଗ ଓ ଦେବଦତ୍ତ ପାଡିକଲ ବିଫଳ ହୋଇଥିଲେ। ତାଙ୍କଠାରୁ ସାମସନ ଏବେ ବଡ ଇନିଂସ ନିଶ୍ଚିତ ଆଶା ରଖିବେ। ବଟ୍‌ଲର ସନରାଇଜର୍ସ ବିପକ୍ଷରେ ୨୨ଟି ବଲରୁ ୫୪ରନ କରିଥିଲେ। ଗତ ସିଜିନ ଭଳି ଚଳିତ ଆଇପିଏଲରେ ମଧ୍ୟ ବଟ୍‌ଲର ପ୍ରଥମ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ ଦେଖାଇଥିବାରୁ ବିପକ୍ଷ ଦଳର ବୋଲରଙ୍କ ପାଇଁ ଏବେ ଚିନ୍ତାର ବିଷୟ ହୋଇଛି । ଦ୍ରୁତ ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟ, ଜାସନ ହୋଲଡର, କେ.ଏମ୍‌ ଆସିଫ ମଧ୍ୟ ସନରାଇଜର୍ସ ବିପକ୍ଷରେ ଭଲ ବୋଲିଂ କରିଥିଲେ। ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ବିନ, ଯୁଜୁବେନ୍ଦ୍ର ଚହଲ ରହିଛନ୍ତି। ଦୁଇ ସ୍ପିନର ଅଶ୍ବିନ ଓ ଚହଲ ପ୍ରଥମ ମ୍ୟାଚରେ ମହଙ୍ଗା ସାବ୍ୟସ୍ତହୋଇଥିବାରୁ ତ୍ରୁଟି ସୁଧାରିବାକୁ ନିଶ୍ଚିତ ଉଦ୍ୟମ କରିବେ। ଉଭୟ ଦଳର ଶେଷ ୫ଟି ମ୍ୟାଚ ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ୪ଟି ଓ ପଞ୍ଜାବ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଚଳିତ ଥର ଦୁଇ ଦଳରେ ଏକାଧିକ ତାରକା ଖେଳାଳି ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

ଅନ୍ୟପକ୍ଷରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍‌ସ ବିଜୟୀ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍‌ସକୁ ସହଜରେ ୬ ୱିକେଟରେ ଗୁଜରାଟ ପରାସ୍ତ କରିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories