www.samajalive.in
Friday, December 5, 2025
20.1 C
Bhubaneswar

ସ୍କୁଲ୍‍ ଯିବା ବାଟରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା, ସ୍ୱାମୀ ଓ ବାନ୍ଧବୀ ଗିରଫ

ନୂଆଦିଲ୍ଳୀ: ସ୍କୁଲ୍‍ ଯିବା ବାଟରେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଛି। ହତ୍ୟା ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଓ ତାଙ୍କର ବାନ୍ଧବୀଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଉତ୍ତରପଶ୍ଚିମ ଦିଲ୍ଳୀର ବାୱାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଅଭିଯୁକ୍ତମାନେ ହେଲେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ମନ୍‍ଜିତ, ମନ୍‍ଜିତଙ୍କ ବାନ୍ଧବୀ ଆଞ୍ଜେଲ୍‍ ଗୁପ୍ତା ଓ ରାଜୀବ। ମୃତ ଶିକ୍ଷୟିତ୍ରୀ ଜଣକ ହେଲେ ସୁନିତା।
ପୁଲିସ ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ମନ୍‍ଜିତ୍‍ ଓ ଆଞ୍ଜେଲ୍‍ଙ୍କ ଭିତରେ ଅନୈତିକ ସମ୍ପର୍କ ଥିଲା। ଏଥିରେ ବାଧକ ସାଜିଥିଲେ ସୁନିତା। ତେଣୁ ସେମାନେ ସୁନିତାଙ୍କୁ ତାଙ୍କ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ସକାଳେ ସ୍କୁଲ୍‍ ଯିବା ବାଟରେ ଜଣେ ଆତତାୟୀ ସୁନିତାଙ୍କ ଉପରକୁ ଖୁବ୍‍ ନିକଟରୁ ତିନିଥର ଗୁଳି କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁନିତାଙ୍କ ଜଣେ ୧୬ ବର୍ଷର ଝିଅ ଓ ୮ ବର୍ଷର ପୁଅ ଅଛନ୍ତି। ହତ୍ୟା ପାଇଁ ସୁପାରି ଦିଆଯାଇଥିବା ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories