କଲମପୁର ଅଞ୍ଚଳରେ ଦେବୀ ଠାକୁରଣୀଙ୍କ ଚଇତ ଘଟ ଯାତ୍ରା

କଲମପୁର: ଦେବୀ ଠାକୁରାଣୀଙ୍କ ଅନନ୍ୟ ପରମ୍ପରାର ପର୍ବ ଚଇତ ଘଟଯାତ୍ରା। ଲୋକ ବିଶ୍ୱାସର ଏହି ଯାତ୍ରା। ମଙ୍ଗଳବାର ମହାସମାରୋହର ସହିତ କଲମପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ଦେବୀ ଠାକୁରଣୀଙ୍କ ଏହି ଯାତ୍ରା ପାଳନ କରାଯାଉଛି। ଗୁମାବାହାଲ, କଲମପୁର, ପାଣିଗାଁ, ବର୍ଚ୍ଛି, ବଡକୁଟୃ, ମୀନଗୁର, ଧନପୁର ପୋଟେସ, ବରଦୋଳି ପାଜେନ ଆଦି ଗ୍ରାମରେ ଦେବୀଙ୍କ ପବିତ୍ର ଘଟ ଗ୍ରାମ ପରିକ୍ରମା କରିଛି।

prayash

ମଙ୍ଗଳବାର ସକାଳୁ ଦେବୀଙ୍କ ପୂଜକ ନିଜ ନିଜ ଦେବୀ ପୀଠାରେ ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ପରମ୍ପରା ଆନୁସାରେ କେଉଁଠି କିଶୋରୀ ବାଳିକା ଘଟ ମୁଣ୍ଡେଇ ଥାନ୍ତି ତ କେଉଁଠି ବାଳକମାନେ ମଧ୍ୟ ଘଟ ମୁଣ୍ଡେଇ ଗ୍ରାମ ପରିକ୍ରମା କରିଥାନ୍ତି; ପ୍ରତ୍ୟେକ ପରିବାର ଦେବୀଙ୍କ ଘଟକୁ ଫୁଲ, ଚନ୍ଦନ, ସିନ୍ଦୁର ଦେଇ ବନ୍ଦାପନା କରିବା ସହ ଘଟ ସବୁରେ ପଣା ଭରି ଥାନ୍ତି। ଏହି ଅବସରରେ ପରମ୍ପରା ଅନୁଯାୟୀ ବିଭିନ୍ନ ନୀତି ସମ୍ପନ୍ନ ହୋଇଥାଏ।

kalyan agarbati

Comments are closed.