www.samajalive.in
Saturday, December 13, 2025
21.1 C
Bhubaneswar

ପାତ୍ରବୁଢା ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ, ମାଳିପଡ଼ାକୁ ହରାଇ ଖରଯୋଡ଼ା ଚାମ୍ପିଅନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ସ୍ଥିତ କଳାକୁପା ଖେଳପଡିଆଠାରେ ପଞ୍ଚାୟତ ସ୍ତରୀୟ ପାତ୍ରବୁଢା ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ ମାଳିପଡ଼ା ଓ ରାୟଗଡା ଜିଲା ଖରଯୋଡ଼ା ଦଳ ମଧ୍ୟରେ ହୋଇଥିଲା। ମାଳିପଡା ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୨ ଓଭର ୪ ଉଇକେଟ୍ ବିନିମୟରେ ୮୮ ରନ୍ କରିଥିବା ବେଳେ ଜବାବରେ ଖରଯୋଡ଼ା ଦଳ ୧୨ ଓଭର ୬ ଉଇକେଟ୍ ବିନିମୟରେ ୮୯ ରନ୍ କରି ବିଜୟୀ ହୋଇଥିଲେ।

ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ୍-୨ ଜିଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେପୁର ପୂର୍ବତନ ସରପଞ୍ଚ ଚନ୍ଦ୍ର ମାଝୀ, ସମିତି ସଭ୍ୟ ପ୍ରତିନିଧି ଇନ୍ଦ୍ର ମାଝୀ, କଳାକୁପା ୱାର୍ଡମେମ୍ବର ମଦନ ମାଝୀ, ଠେକୁରାମ ପାଣି, ରମେଶ କରୁଆଁ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏହି ଉଦଯାପନୀ ମ୍ୟାଚରେ ରମେଶ କରୁଆଁ, ମଦନ ମାଝୀ ଖେଳ ପରିଚାଳନା କରିଥିଲେ। ଦାନୁ ମାଝୀ ଓ ଡମ୍ବରୁ ଗୌଡ଼ ଅମ୍ପେୟାର ଭାବେ କାର୍ଯ୍ୟ ପରିଚାଳନା କରିଥିଲେ। ସ୍କୋର ବୋର୍ଡରେ ମଦନ ମାଝୀ ସହଯୋଗ କରିଥିଲେ। ଏହି ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା ଗତ ମାସ ୨୦ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ କଳା କୂପା ପାତ୍ର ବୁଢ଼ା କ୍ରିକେଟ କମିଟି ପକ୍ଷରୁ ପ୍ରଦୀପ ବିଭୋର, ନରସିଂ, ଚନ୍ଦ୍ର ମାଝୀ ସମେତ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories