କୋରାଇ: ସନ୍ତରା ଛକଠାରେ ହଷ୍ଟେଲରେ ରହି ଘରୋଇ କଲେଜରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିବା ଜଣେ କଲେଜ ଛାତ୍ରୀ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଜଣାପଡିଛି। ଆହତ ଛାତ୍ରୀଙ୍କ ଚିକିତ୍ସା ପାଇଁ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଜଣକ ସନ୍ତରା ଛକ ସ୍ଥିତ ବିଶ୍ବଭାରତୀ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିଲା ବେଳେ ଏହି କଲେଜ ହଷ୍ଟେଲରେ ରହୁଥିଲା। ସହପାଠୀଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଉଥିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା ସୂଚନା ମିଳିଛି। କଲେଜ କର୍ତ୍ତୃପକ୍ଷ ଏବଂ ହଷ୍ଟେଲ କେୟାରଟେକରଙ୍କ ଦାୟିତ୍ବ ହୀନତା ଯୋଗୁଁ ଏପରି ଘଟିଥିବା ଅଭିଯୋଗ ହୋଇଛି।
Popular Categories



