www.samajalive.in
Thursday, December 11, 2025
16.1 C
Bhubaneswar

ତାମିଲନାଡୁରେ ପ୍ରେମିକକୁ ଖଣ୍ଡ ଖଣ୍ଡକରି ପୋତିଦେଲେ ବାନ୍ଧବୀ

ଚେନ୍ନାଇ- ତାମିଲନାଡୁରେ ଜଣେ ପୁରୁଷ ବନ୍ଧୁଙ୍କୁ ତାଙ୍କ ବାନ୍ଧବୀ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ପୋତି ଦେଇଥିବା ଅଭିଯୋଗ ହୋଇଛି । ବିମାନବନ୍ଦରରେ କାମ କରୁଥିବା ୨୯ ବର୍ଷିୟ ଜୟଥନ ଦେହ ବ୍ୟବସାୟରେ ଜଡିତ ଜଣେ ମହିଳାଙ୍କ ସହ ବନ୍ଧୁତା ହୋଇଥିଲା । ପରେ ମହିଳା ଜଣଙ୍କୁ ସେ ବିବାହ କରିଥିଲେ   । ମହିଳା ଜଣଙ୍କ ଅନ୍ୟ ଜଣେ ପୁରୁଷଙ୍କ ସହାୟତାରେ ଜୟଥନଙ୍କୁ ହତ୍ୟା କରିବା ପରେ ଚେନ୍ନାଇ ନିକଟସ୍ଥ କୋଭାଲମ୍‌ରେ ତାଙ୍କୁ ଖଣ୍ଡ ଖଣ୍ଡ କରି ପୋତି ଦେଇଥିଲେ ।

ଚେନ୍ନାଇରେ ଜୟଥନ ତାଙ୍କ ଭଉଣୀମାନଙ୍କ ସହ ରହୁଥିଲେ । ସେ ଘରକୁ ନ ଆସିବା ପରେ ତାଙ୍କ ଭଉଣୀମାନେ ଥାନାରେ ନିଖୋଜ ମାମଲା ରୁଜୁ କରୁଥିଲେ । ପରେ ପୁଲିସ ତାଙ୍କ ଫୋନ୍‌ କଲ୍‌ ଡିଟେଲସ୍‌ରୁ ସମ୍ପୃକ୍ତ ମହିଳାଙ୍କୁ ନିକଟକୁ ଯାଇ ପଚରା ଉଚରା କରିଥିଲା । ମାତ୍ର କୌଣସି ସୁରାକ ମିଳି ନଥିଲା । ମାର୍ଚ୍ଚ ୧୮ ତାରିଖରୁ ଜୟଥନ ନିଖୋଜ ଥିବା ବେଳେ ମାର୍ଚ୍ଚ ୨୦ ତାରିଖରେ ପୁଲିସରେ ଏହାର ଅଭିଯୋଗ ହୋଇଥିଲା । ପ୍ରାୟ ଦୁଇ ବର୍ଷତଳେ ବାକୟାଲକମୀ ନାମକ ଏହି ମହିଳାଙ୍କ ସହ ଜୟଥନଙ୍କ ସମ୍ପର୍କ ଗଢି ଉଠିଥିଲା । ପରେ ସେ ଜୟଥନଙ୍କୁ ସେ ଏକ ମନ୍ଦିରରେ ବିବାହ କରିଥିଲେ ।

- Advertisement -

କିଛି ଦିନ ପରେ ଦୁଇ ଜଣ ଅଲଗା ହୋଇଯାଇଥିଲେ । ମାର୍ଚ୍ଚ ୧୮ ତାରିଖରେ ଜୟଥନ ବାକୟଲକମୀକୁ ଦେଖା କରିବା ପାଇଁ ଯାଇଥିବା ବେଳେ ମହିଳା ଜଣଙ୍କ ତାଙ୍କୁ ଅନ୍ୟଜଣେ ପୁରୁଷ ସହ ମିଶି ହତ୍ୟା କରିବା ପରେ ଖଣ୍ଡଖଣ୍ଡ କରି କାଟି ପୋତି ଦେଇଥିଲେ।  ପ୍ରଥମେ କଥା ଲୁଚାଇଥିବା ବେଳେ ପରେ ସେ ହତ୍ୟା ବିଷୟ ସ୍ୱୀକାର କରିଥିଲେ । ପୁଲିସ ଏହି ହତ୍ୟାରେ ଥିବା ଅନ୍ୟବ୍ୟକ୍ତିକୁ ଏବେ ଖୋଜୁଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories