ସାକ୍ଷୀଗୋପାଳ: ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ତରଫରୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ଆର୍ଥିକ ଦୁର୍ବଳ ଶ୍ରେଣୀର ନିରାଶ୍ରୟ ଶ୍ଵାସ ରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ଏକ ଅକ୍ସିଜେନ ସିଲିଣ୍ଡର ବିନା ମୂଲ୍ୟରେ ପ୍ରଦାନ କରାଯାଇଛି। ଅନୁଷ୍ଠାନ ତରଫରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ସିଲିଣ୍ଡର ପ୍ରଦାନ ସମୟରେ ଭାରତ ବିକାଶ ପରିଷଦର ରାଜ୍ୟ ସଭାପତି ସତ୍ୟବାଦୀ ଦାସ, ନରସିଂହ ମିଶ୍ର, ସୁଶାନ୍ତ କୁମାର ରଥ, କାହ୍ନୁ ପାତ୍ର ଓ ସେହି ଗ୍ରାମର ଶିବ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



