www.samajalive.in
Sunday, December 14, 2025
26.1 C
Bhubaneswar

ରାମଚରଣ ଓ ଭେଙ୍କଟେଶଙ୍କ ସହ ଭାଇଜାନ୍‌ଙ୍କ ଲୁଙ୍ଗି ଡାନ୍ସ

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ୍‌’କୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହାର ମୁକ୍ତିଲାଭ ପାଇଁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏହା ପୂର୍ବରୁ ପ୍ରଶଂସକଙ୍କୁ ମିଳିଛି ଏକ ଜବରଦସ୍ତ ଉପହାର। ଏହି ଫିଲ୍ମର ଗୀତ ‘ୟେନ୍ତମ୍ମା’ ମଙ୍ଗଳବାର ରିଲିଜ୍‌ ହୋଇଛି ଏବଂ ରିଲିଜ୍‌ ହେଉ ହେଉ ଏହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗୀତରେ ସଲମାନ ଖାନ, ରାମ ଚରଣ ଓ ଭେଙ୍କଟେଶ ଲୁଙ୍ଗି ଡାନ୍ସ କରୁଥିବା ଦେଖିବାକୁ ମିଳିଛି।

ସଲମାନ ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ଗୀତ ରିଲିଜ ବିଷୟରେ ସୂଚନା ଦେଇଛନ୍ତି। ସଲମାନ ଭିଡିଓ ଶେୟାର କରି ଲେଖିଛନ୍ତି, ‘ୟେନ୍ତମ୍ମା ଗୀତ ରିଲିଜ୍‌ ହୋଇଛି।’ ଏହି ଗୀତରେ ରାମ ଚରଣ ଏବଂ ଭେଙ୍କଟେଶଙ୍କ ସହ ସଲମାନ ଜବରଦସ୍ତ ଶୈଳୀରେ ନଜର ଆସିଛନ୍ତି।

- Advertisement -


ସଲମାନଙ୍କ ଏହି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ଏପ୍ରିଲ୍‌ ୨୧ ଇଦ୍‌ ଅବସରରେ ପରଦାକୁ ଆସିବ। ଏଯାଏଁ ଏହି ଫିଲ୍ମର ‘ନୈୟୋ ଲଗଦା’, ‘ବିଲ୍ଲୀ ବିଲ୍ଲୀ’, ‘ଫଲିଙ୍ଗ୍‌ ଇନ୍‌ ଲଭ୍‌’ ଓ ‘ବଠୁକମ୍ମା’ ଆଦି ଗୀତ ରିଲିଜ୍‌ ହୋଇସାରିଛି। ଏବେ ଏହି ତାଲିକାରେ ‘ୟେନ୍ତମ୍ମା’ର ନାଁ ମଧ୍ୟ ଯୋଡ଼ି ହୋଇଯାଇଛି। ‘ୟେନ୍ତମ୍ମା’ ଗୀତରେ ସଲମାନ୍‌ଙ୍କ ଲୁକ୍‌ ଓ ଡାନ୍ସ ଖୁବ୍‌ ପସନ୍ଦ ଆସିଛି। ୟୁଜରମାନେ ବେଶ୍‌ ପ୍ରଶଂସା କରିବା ସହ ବହୁ ମାତ୍ରାରେ ଭଲ ଭଲ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି।

ଏହି ଗୀତରେ ସଲମାନ ଖାନ, ରାମ ଚରଣ ଏବଂ ଭେଙ୍କଟେଶ ହଳଦିଆ ଶାର୍ଟ ଏବଂ ଲୁଙ୍ଗି ପିନ୍ଧିଥିବାର ନଜର ଆସିଛନ୍ତି। ଏହି ତିନି ତାରକାଙ୍କ ସହ ପୂଜା ହେଗଡେ ମଧ୍ୟ ଏହି ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ମୋଟ ଉପରେ କହିବାକୁ ଗଲେ, ଏହି ଗୀତ ପ୍ରଶଂସକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଛି।

 

 

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories