www.samajalive.in
Sunday, December 14, 2025
23.1 C
Bhubaneswar

ଅଟୋ ଚାଳକଙ୍କ ମହାନତା : ଛାତ୍ର ଫେରି ପାଇଲେ ଟଙ୍କା ଓ ସାମଗ୍ରୀ 

ସମ୍ବଲପୁର :  କଣ୍ଟାବାଞ୍ଜି ଅଞ୍ଚଳର ନିବାସୀ ପ୍ରଶାନ୍ତ ଖୁରା ପରୀକ୍ଷା ଦେବା ପାଇଁ ରେଳ ଯୋଗେ ସମ୍ବଲପୁରକୁ ଗତ ୩୧ ତାରିଖରେ ଆସିଥିଲେ। ସେ ସମ୍ବଲପୁରର ସିଟି ଷ୍ଟେସନ ନିକଟରୁ ପଡିଆବାହାଲ ନିବାସୀ ଶୈଳେନ୍ଦ୍ର ମେହେରଙ୍କ ଅଟୋରେ ବସି ସହରକୁ ଆସିଥିଲେ। ତେବେ ଓହ୍ଲାଇବା ସମୟରେ ତାଙ୍କର ବ୍ୟାଗ, ମୋବାଇଲ, ନଗଦ ୧୨ ହଜାର ୫ ଶହ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଅଟୋରେ ଭୁଲି ଯାଇଥିଲେ। ଏଣୁ ତୁରନ୍ତ ଧନୁପାଲି ଥାନାରେ ଅଭିଯୋଗ କରିବାରୁ ପୁଲିସ ସିସିଟିଭି ଆଦି ଯାଞ୍ଚ କରି ଅଟୋ ସର୍ମ୍ପକରେ ପତ୍ତା ପାଇଥିଲା। ଏହା ପରେ ଅଟୋ ଚାଳକଙ୍କୁ ଯୋଗାଯୋଗ କରିବାରୁ ସହୃଦୟ ବ୍ୟକ୍ତି ଶ୍ରୀ ମେହେର ତୁରନ୍ତ ଧନୁପାଲି ଥାନାକୁ ଆସି ସମସ୍ତ ସାମଗ୍ରୀ ଓ ଟଙ୍କା ଥାନା ଜରିଆରେ ଶ୍ରୀ ଖୁରାଙ୍କୁ ଫେରାଇଥିଲେ। ଧନୁପାଲି ପୁଲିସର ତ୍ୱରିତ ପଦକ୍ଷେପ ଓ ଅଟୋ ଚାଳକଙ୍କ ମହାନ ସହାୟତା ପାଇଁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories