www.samajalive.in
Sunday, December 14, 2025
19.1 C
Bhubaneswar

ପଦ୍ମପୁର ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ କଡ଼ାକଡ଼ି

ପଦ୍ମପୁର: ସମଗ୍ର ରାଜ୍ୟରେ ସମ୍ପ୍ରତି ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସଚେତନ ସହ ଅମାନିଆ ଚାଳକମାନଙ୍କୁ ସାବାଡ଼ କରିବାରେ ଲାଗିପଡିଛି ଓଡ଼ିଶା ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ। ସେଥିରୁ ବାଦ ପଡିନି ରାୟଗଡା ଜିଲା। ଦୁର୍ଘଟଣା ମୁକ୍ତ ସପ୍ତାହ ପାଳନ ଅବସରରେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ପୁଲିସ ଥାନା ଅଧିକାରୀ ରାଜେଶ କୁମାର ବଳିୟାରସିଂଙ୍କ ନେତୃତ୍ୱରେ କଡ଼ାକଡ଼ି ଭାବେ ଦୁର୍ଘଟଣା ମୁକ୍ତ ସପ୍ତାହ ପାଳନ କରାଯାଉଛି। ହେଲମେଟ ନ ପିନ୍ଧି ଦୁଇଚକିଆ ଯାନ ଚଳାଇବା ଏବେ ମହଙ୍ଗା ପଡିଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ଛକ ଓ ରାସ୍ତା ଘାଟରେ ଜଗି ରହି ବିନା ହେଲମେଟ୍‍ ତଥା ବେପରୁଆ ଗାଡିଚାଳନା କରୁଥିବା କେତେକ ଅମାନିଆ ବାଇକ୍‍ ଓ ସ୍କୁଟର ଚାଳକ, ବିନା ଡ୍ରାଇଭିଂ ଲାଇସେନ୍ସ ଓ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ବାଇକ ଆରୋହୀଙ୍କ ନାମରେ ପଦ୍ମପୁର ପୁଲିସ ୪୨ହଜାର ଟଙ୍କାର ଚାଲାଣ କାଟିବା ସହ ସେମାନଙ୍କୁ ସଚେତନ କରିଛି। ଅମାନିଆ ଓ ସରକାରଙ୍କ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କଠାରୁ ଜୋରିମାନା ଆଦାୟ କରିଥିବା ଦେଖିବାକୁ ମିଳିଥିଲା। ପଦ୍ମପୁରରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦିନ ରାତି ନିୟମିତ ଧରି ଗାଡ଼ି ଯାଞ୍ଚ କରାଯିବ। ଯାଞ୍ଚକୁ ଆହୁରି କଡାକଡି କରାଯିବ ବୋଲି ପଦ୍ମପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏସଆଇ ପ୍ରଜ୍ଞାଶ୍ରୀ ନାୟକ, ଏଏସଆଇ ସୁଧୀର କୁମାର ଏକ୍କାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories