www.samajalive.in
Monday, December 15, 2025
16.1 C
Bhubaneswar

ଦେଶରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ସିଫାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ପ୍ରତିଷ୍ଠାନ (ସିଫା)ର ୩୬ତମ ସ୍ୱନକ୍ଷତ୍ର ଦିବସ ସିଫା ପରିସରରେ ଶନିବାର ପାଳିତ ହୋଇଯାଇଛି । ସମଗ୍ର ଦେଶରେ ମତ୍ସ୍ୟ ଗବେଷଣା କ୍ଷେତ୍ରରେ ସିଫା ଉଲ୍ଲେଖନୀୟ ସ୍ଥାନ ହାସଲ କରିଥିବା ବେଳେ ଦେଶରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ସିଫାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ସିଫାର ନିର୍ଦ୍ଦେଶକ ଡଃ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଡେୟାରର ପୂର୍ବତନ ସଚ୍ଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଏସ୍. ଆୟାପାନ୍ ଯୋଗଦେଇ ସିଫା ଉପରେ ନିର୍ଭରଶୀଳ ପ୍ରତ୍ୟେକ ବ୍ୟକ୍ତିଙ୍କର ଜୀବନଶୈଳୀ ଉଚ୍ଚ ହେବା ଆବଶ୍ୟକ ବୋଲି କହିଥିଲେ। ସିଫା ଅନେକ ଲୋକଙ୍କର ଜୀବିକା ଉପାର୍ଜନର କେନ୍ଦ୍ର ପାଲଟିଛି । ସମସ୍ତଙ୍କ ପ୍ରଚେଷ୍ଟାରେ ଉତ୍ତମ ବିଜ୍ଞାନ ସୃଷ୍ଟି ହେଲେ ସମସ୍ତେ ସୁଖ, ଶାନ୍ତି ଓ ସମୃଦ୍ଧିରେ ଜୀବନ ଯାପନ କରିବେ ବୋଲି ପ୍ରଫେସର ଆୟାପାନ୍ ଆଶାପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଆଇସିଏଆର୍ ଉପମହାନିର୍ଦ୍ଦେଶକ (ମତ୍ସ୍ୟ) ଡଃ ଜେ. କେ. ଜେନା ଯୋଗଦେଇ ୨୦୪୭ ମସିହା ସୁଦ୍ଧା ୩୪ ମିଲିୟନ୍ ଟନ୍ ମାଛ ଭାରତରେ ଉତ୍ପାଦନ ହେବାର ଲକ୍ଷ୍ୟ ରଖାଯାଇଥିବା ଏବଂ ସେଥିମଧ୍ୟରୁ ମଧୁରମାଛ ୨୫ ମିଲିୟନ୍ ଟନ୍ ହେବ ବୋଲି କହିଥିଲେ । ଏଭଳି ଆହ୍ବାନକୁ ସମସ୍ତେ ମିଳିତ ଭାବେ ଏକ ସୁଯୋଗରେ ପରିଣତ କରିବାକୁ ଉଦ୍ୟମ କରିବା ଉଚିତ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ସିଫା ଦ୍ୱାରା କରାଯାଉଥିବା ଗବେଷଣାତ୍ମକ କାର୍ଯ୍ୟ ଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ।

- Advertisement -

ସିଫାର ସଫଳତାର କାହାଣୀ ଉପରେ ନିର୍ଦ୍ଦେଶକ ଡଃ ସାହୁ ସମ୍ୟକ ସୂଚନା ଦେବା ଅବସରରେ ଚଳିତବର୍ଷ ସିଫା ୧୩ଟି ବିଭିନ୍ନ ଗବେଷଣା ଓ ଉନ୍ନୟନ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର କରିବା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ୯୩ଟି ସଂସ୍ଥା ମଧ୍ୟରେ ୯ମ ସ୍ଥାନ ଅଧିକାର କରିପାରିଛି ବୋଲି ପ୍ରକାଶ କରିଥିଲେ। ଜଳକୃଷି କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହଯୋଗରେ ବୈଜ୍ଞାନିକ ପଦ୍ଧତିରେ ଜଳଜୀବ ପାଳନକୁ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ସିଫା ପକ୍ଷରୁ ପ୍ରକାଶିତ ୮ଟି ପ୍ରକାଶନକୁ ଉନ୍ମାଚନ କରାଯାଇଥିଲା । ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କେତେକ ମତ୍ସ୍ୟ ବୈଜ୍ଞାନିକ, କର୍ମଚାରୀଙ୍କୁ ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ଏସ୍. ସୁଶିଲାମା ସ୍ମୃତି ପୁରସ୍କାର, ଡଃ ଗିରିଶ ଚନ୍ଦ୍ର ଚୌଧୁରୀ ସ୍ମୃତି ପୁରସ୍କାର, ଡଃ ଟି. ରାମପ୍ରଭୁ ସ୍ମୃତି ପୁରସ୍କାର, ଡଃ ବି. ଆର୍. ମହାନ୍ତି ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓ ଆଖପାଖରେ ଥିବା ଆଇସିଏଆର ସଂସ୍ଥା ଏନ୍ଆରଆରଆଇ ଓ ସିୱାର ନିର୍ଦ୍ଦେଶକଙ୍କ ସମେତ  ଚେସ୍, ଏନ୍ଏଫଡିବିର ପ୍ରତିନିଧିଙ୍କ ସମେତ ସିଫାର ଅନେକ ପ୍ରାକ୍ତନ ବୈଜ୍ଞାନିକ ଓ କର୍ମଚାରୀମାନେ ଯୋଗଦେଇ ନିଜନିଜର ସୁଚିନ୍ତିତ ପରାମର୍ଶ ଦେଇଥିଲେ। ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories