www.samajalive.in
Saturday, December 13, 2025
26.1 C
Bhubaneswar

ସି ଭୋଟର ଜନମତ ସର୍ଭେ : ବିଜେପି-୧୨,ବିଜେଡି-୬,କଂଗ୍ରେସ-୩

ଭୁବନେଶ୍ଵର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଛି। ଏହା ସହିତ ତାଳ ଦେଇ ବିଭିନ୍ନ ସଂସ୍ଥା ପକ୍ଷରୁ ମଧ୍ୟ ଜନମତ ସର୍ଭେ ସଂଗ୍ରହ କରାଯାଉଛି। ଏବେ ସି ଭୋଟର ସର୍ଭେ ଆସିଛି।
ଏହି ସର୍ଭେରେ ଓଡ଼ିଶାର ୨୧ଟି ଲୋକସଭା ଆସନ ନେଇ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ସି ଭୋଟର ସର୍ଭେ ଅନୁସାରେ ଯଦି ଆଜି ନିର୍ବାଚନ ହୁଏ ତେବେ ଶାସକ ବିଜେଡ଼ି ମାତ୍ର ୬ଟି ଆସନରେ ଜିତିବ। ସେହିପରି ବିଜେପି ୧୨ ଓ କଂଗ୍ରେସ ୩ଟି ଆସନରେ ଜିତିବ ବୋଲି ସର୍ଭେରେ ପ୍ରକାଶ ପାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ଏହି ସର୍ଭେ ଅନୁସାରେ ବିଜେଡି ପ୍ରତି ଆଶାତୀତ ଭାବେ ଜନ ସମର୍ଥନ ହ୍ରାସ ପାଇ ଚାଲିଛି। କିନ୍ତୁ ବିଜେପି ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି। ସେହିପରି କଂଗ୍ରେସ ମଧ୍ୟ ନିଜ ସ୍ଥିତିରେ ଉନ୍ନତି କରିବ ବୋଲି ସର୍ଭେରେ କୁହାଯାଇଛି।

- Advertisement -

ସର୍ଭେ ଅନୁସାରେ ଯଦି ଆଜି ନିର୍ବାଚନ ହୁଏ ତେବେ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ଗତଥର ୨୦ଟି ଆସନ ପାଇଥିବା ବିଜେଡି ମାତ୍ର ୬ଟି ଆସନ ପାଇବ । ସେହିପରି ଏହି ସର୍ଭେରେ ବିଜେପି ୧୨ଟି ଆସନ ଜିତିବା ନେଇ ଅନୁମାନ କରାଯାଇଛି। ପାରେ। ତେବେ କଂଗ୍ରେସ ୩ଟି ଆସନ ଜିତିବାର ସମ୍ଭାବନା ରହିଛି ବୋଲି ସର୍ଭେରେ କୁହାଯାଇଛି।
ତେବେ ଗତ ସେପ୍ଟେମ୍ବରରେ ହୋଇଥିବା ସର୍ଭେ ତୂଳନାରେ କଂଗ୍ରେସ ଭଲ କରିବ ବୋଲି ସର୍ଭେରେ ଦର୍ଶାଯାଇଛି। ସେପ୍ଟେମ୍ବରରେ ଏବିପି – ସି ଭୋଟର ପକ୍ଷରୁ ହୋଇଥିବା ସର୍ଭେରେ ବିଜେଡି ୬, ବିଜେପି ୧୩ ଓ କଂଗ୍ରେସ ୨ଟି ଲୋକସଭା ଆସନରେ ଜିତିବା ନେଇ ଆକଳନ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories