www.samajalive.in
Thursday, December 11, 2025
16.1 C
Bhubaneswar

୧୨୮ ଜିବି ଷ୍ଟୋରେଜ ସହିତ ‘ଓପୋ ଏଫ-୯ପ୍ରୋ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଓପୋର ନୂଆ ସ୍ମାର୍ଟଫୋନ ‘ଓପୋ ଏଫ-୯ ପ୍ରୋ’ ୧୨୮ ଜିବି ଷ୍ଟୋରେଜ ସହିତ ବଜାର ପ୍ରବେଶ କରିଛି। ଯାହାର ମୂଲ୍ୟ ୨୫,୯୯୦ ଟଙ୍କା। ଓପୋ ଏଫ-୯ ପ୍ରୋର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ରହିଛି ଏବଂ ଏଥିରେ ବିଓଓସି ଚାର୍ଜିଙ୍ଗ ମିଳିବ। ଓପୋ ଏଫ-୯ ପ୍ରୋରେ ୬.୩ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୯.୫:୯। ଏହାବ୍ୟତୀତ ଫୋନରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧, ମିଡିୟାଟେକର ଅକ୍ଟାକୋର ହିଲିୟୋ ପି୬୦ ପ୍ରୋସେସର, ୬ଜିବି/୮ ଜିବି ରାମ ଏବଂ ୬୪/୧୨୮ ଜିବିର ଷ୍ଟୋରେଜ ମିଳିବ। ଯାହାକୁ ୨୫୬ ଜିବି ପର୍ଯ୍ୟନ୍ତ ବଢାଇପାରିବେ। କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରେ ଗୋଟିଏ କ୍ୟାମେରା ୬ମେଗାପିକ୍ସେଲ ଏବଂ ଅନ୍ୟଟି ୨ମେଗାପିକ୍ସେଲର ଦିଆଯାଇଛି। ଏହାର ଆଗପଟ କ୍ୟାମେରା ୨୫ମେଗାପିକ୍ସେଲ। ଫୋନରେ ୩୫୦୦ ଏମ୍‍ଏଚର ବ୍ୟାଟେରୀ ରହିଛି ଏବଂ ସଂଯୋଗ ପାଇଁ ଏଥିରେ ଡୁଆଲ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୪.୨, ଜିପିଏସ, ମାଇକ୍ରୋ ୟୁଏସବି ଏବଂ ୩.୫ ଏମ୍‍ଏମର ହେଡଫୋନ ଜ୍ୟାକ ରହିଛି। ଏହାସହିତ ଫୋନରେ ଭିଓଓସି ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ମିଳିବ ଯାହା ସାହାର୍ଯ୍ୟରେ ୫ମିନିଟ ଚାର୍ଜରେ ଦୁଇ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ ପାଇପାରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories