www.samajalive.in
Thursday, December 11, 2025
27.1 C
Bhubaneswar

ଉତ୍କଳ ଦିବସ ପାଳନ ଅବସରରେ କଟକରେ ଗଣଦୌଡ

କଟକ: କଟକ ଜିଲା କ୍ରୀଡା ଉତ୍ସବ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳନ ଉପଲକ୍ଷେ ବିରାଟ ଗଣଦୌଡ ପ୍ରତିଯୋଗିତା କଟକର ବାରବାଟୀ ଦୁର୍ଗଠାରେ ଆୟୋଜନ କରାଯାଇଥିଲା। ଜୁନିୟର ବାଳକ ଓ ବାଳିକା, ବରିଷ୍ଠ ବାଳକ ଓ ବାଳିକା ତଥା ପୁରୁଷ ଓ ମହିଳା ଏହିପରି ଭାବେ ୬ଟି ବିଭାଗରେ ମୋଟ ୮୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ। କ୍ରୀଡା ସଂସଦର ସାଧାରଣ ସଂପାଦକ ଆଶୀର୍ବାଦ ବେହେରା ପତାକା ହଲାଇ ଏହି ପ୍ରତିଯୋଗିତାଟିକୁ ଉଦ୍‍ଘାଟନ କରିଥିଲେ।

ସକାଳୁ କୋହଲା ପାଗ ସାଙ୍ଗକୁ ପ୍ରବଳ ବର୍ଷାର ପ୍ରକୋପ ସତ୍ତ୍ବେ ଏ ସବୁକୁ ଭୃକ୍ଷେପ ନକରି ଉତ୍ସାହି ଦୌଡାଳୀମାନେ ବାରବାଟୀ ଦୁର୍ଗ ଠାରୁ ବାହାରି କଟକ ସହରର ବିଭିନ୍ନ ଗଳି, ସାହିବସ୍ତି ପରିକ୍ରମା ପୂର୍ବକ ପ୍ରାୟ ୧୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରି ବାରବାଟୀ ଷ୍ଟାଡିୟମ କ୍ଲବ୍‍ହାଉସ୍‍ ଠାରେ ପହଞ୍ଚିଲେ।

- Advertisement -

ଏହି ପ୍ରତିଯୋଗିତାକୁ କ୍ରୀଡା ସଂସଦ ଦ୍ୱାରା ନିଯୁକ୍ତ ଅଫିସିଆଲମାନେ ତଥା କଟକ ସହରର ବିଭିନ୍ନ ସାହିବସ୍ତିର ପୂଜା କମିଟି, କ୍ଲବ ତଥା ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଅତି ଉତ୍ସାହ ପୂର୍ବକ ସହଯୋଗର ହାତ ବଢାଇ ସାଫଲ୍ୟ ମଣ୍ଡିତ କରିଥିବାରୁ କ୍ରୀଡା ସଂସଦର ସାଧାରଣ ସଂପାଦକ ଆଶୀର୍ବାଦ ବେହେରା ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି।
କଟକ ବାରବାଟ ଷ୍ଟାଡିୟମର କ୍ଲବହାଉସରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁବାସ ସିଂହ ଯୋଗଦେଇ ଗଣଦୌଡରେ ବିଭିନ୍ନ ବିଭାଗରେ ପ୍ରଥମ, ଦ୍ୱିତୀୟ ତଥା ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଦୌଡାଳୀମାନଙ୍କୁ ଟ୍ରଫୀ, ମାନପତ୍ର ଏବଂ ପୁରସ୍କାର ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡା ଗତବର୍ଷ କଟକ ଜିଲାକୁ ପ୍ରତିନିଧିତ୍ୱ କରି ବିଭିନ୍ନ କ୍ରୀଡାର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଦଳଗତ ଚାମ୍ପିଅନ ଦଳର ସମସ୍ତ ସଦସ୍ୟ, କୋଚ, ମ୍ୟାନେଜର ତଥା ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ବିଜେତା କ୍ରୀଡାବିତମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ପୁରସ୍କାର ବିତରଣ ଉତ୍ସବରେ କଟକ ଜିଲା କ୍ରୀଡା ସଂସଦର ସାଧାରଣ ସଂପାଦକ ଆଶୀର୍ବାଦ ବେହେରାଙ୍କ ସହିତ କାର୍ଯ୍ୟକାରୀ ସଭାପତି ଭକ୍ତବଲ୍ଲଭ ଦାସ, ଉପ-ସଭାପତି ଗଣ ସର୍ବଶ୍ରୀ ବିଜୟ ଦାସ, ଦିଲ୍ଲିପ ସାହୁ, ରମେଶ ମଲ୍ଲିକ, ସହଦେବ ରାଉତ, ରଂଜନ ବିଶ୍ୱାଳ, ଯୁଗ୍ମ ସଂପାଦକ ନବକିସୋର ମିଶ୍ର, କଟକ ଜିଲ୍ଲା କ୍ରୀଡା ଅଧିକାରୀ ତଥା ଯୁଗ୍ମ ସଂପାଦକ ରଶ୍ମିରଂଜନ ସାମନ୍ତରାୟ ତଥା ଓଡିଶା ଅଲମ୍ପିକ ଆସୋସିଏସନର ସାଧାରଣ ସଂପାଦକ ଅଭିଜିତ ପାଲ ପ୍ରମୁଖ ଉପସ୍ଥିତ ଥିଲେ। ରମେଶ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories