www.samajalive.in
Saturday, December 13, 2025
26.1 C
Bhubaneswar

ପୁଲିସ ଫୋର୍ସ ଏବଂ ତହସିଲଦାରଙ୍କ ଉପସ୍ତିତିରେ ଆକଳନ ହେଲା ଖଣ୍ଡିଡଙ୍ଗରୀଗୁଡା ବାଲି ସୌରାତ

କଲମପୁର: ତୁଟୁ ନାହିଁ ହାତୀ ନଦୀ ଖଣ୍ଡିଡଙ୍ଗରୀଗୁଡା ହାତୀ ନଦୀ ବାଲି ସୌରାତର ବିବାଦ। ବାଲି ଉଠାଇନପାରି ହରଡ ଘଣାରେ ନିଲାମଧାରୀ। ବାରମ୍ବାର ଉଭୟ ପକ୍ଷ ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୌଣସି ନିଷ୍ପତି ନିଆଯାଇ ପାରିନାହିଁ। ହାତୀ ନଦୀ ଖଣ୍ଡି ଡଙ୍ଗରୀଗୁଡା ବାଲି ସୌରାତରୁ ବାଲି ଉଠାଣ କରାଗଲେ ବନ୍ୟା ପାଣି ପ୍ରଭାବରେ ହାତୀ ନଦୀ କୂଳକୁ ଲାଗି ରହିଥିବା ଏକ ଖେଳ ପଡ଼ିଆ, ଗ୍ରାମ ଶ୍ମଶାନ, ଗ୍ରାମ ଜଙ୍ଗଲ ସହିତ ଅଙ୍ଗନୱାଡି କେନ୍ଦ୍ରର କୋଠା, ବିଦ୍ୟାଳୟ କୋଠା ଏବଂ ୭୦ ପରିବାର ଥିବା ଆଦିବାସୀ ଜନ ବସତି ପ୍ରଭାବିତ ହେବା ନେଇ ଗ୍ରାମବାସୀ ଆଶଙ୍କା କରିଛନ୍ତି। ତେଣୁ ବାଲି ଉଠାଣକୁ ଗ୍ରାମବାସୀଙ୍କ ତରଫ୍ରୁ ବିରୋଧ କରାଯାଉଛି। ଏଭଳି ସ୍ଥିତିରେ ରାଜସ୍ୱ ବିଭାଗ ଅଧିନରୁ ବାଲି ସୌରାତ ସବୁ ଖଣି ଓ ଇସ୍ପାତ ବିଭାଗକୁ ହସ୍ତାନ୍ତର ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ମୁତାବକ ଖଣି ଓ ଇସ୍ପାତ ବିଭାଗ ଏହି ସମସ୍ତ ସୌରାତକୁ ନିଜ ଅଧିନକୁ ନେବା ପୂର୍ବରୁ ପ୍ରକୃତ ପରିମାଣ ଜାଣିବା ଏବଂ ସୌରାତ ସବୁର ଡିଜିଟାଲାଇଜେସନ କରିବା ପାଇଁ ଉଭୟ ଖଣି ଓ ଶିଳ୍ପ ବିଭାଗ ଏବଂ ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଆକଳନ ଜାରି ରଖିଛନ୍ତି। କିନ୍ତୁ ହାତୀ ନଦୀ ଖଣ୍ଡିଡଙ୍ଗରୀଗୁଡା ବାଲି ସୌରାତ ଆକଳନ ପାଇଁ ଆସିଥିବା ଅଧିକାରୀଙ୍କୁ ଗ୍ରାମବାସୀଙ୍କ ତରଫରୁ ପ୍ରଥମ ଦିନ ବିରୋଧ କରାଯାଇଥିଲା। ପରବର୍ତି ତିଥି ଧାର୍ଯ୍ୟ କରି ଶୁକ୍ରବାର କଲମପୁର ତହସିଲଦାର ତଥା ମାଜିଷ୍ଟ୍ରେଟ ରୁଦ୍ର ମୋହନ ନାୟକ ଉପସ୍ଥିତିରେ ଥାନା ଅଧିକାରୀ ଯୁଗଳ କିଶୋର ଶବର, ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ, ବଡକୁଟୃ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି, ଶେଖର ଜେନା ପ୍ରମୁଖ ସ୍ତାନୀୟ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ପ୍ଲାଟୁନରୁ ଅଧିକ ସୁରକ୍ଷା ବଳର ଉପସ୍ଥିତିରେ ଭୁବନେଶ୍ୱର ଖଣି ଓ ଇଶ୍ପାତ ବିଭାଗରୁ ଆସିଥିବା ଅଧିକାରୀ ଏସ.ପି ଷଡଙ୍ଗି, ମୁରଲୀଧର ନାୟକ, ଜୟନ୍ତ ଗର୍ତିଆ, ବିକାଶ ପଟ୍ଟନାୟକ, ମଳୟ ବିଶ୍ୱାଳ ପ୍ରମୁଖ ଅଧିକାରୀଙ୍କ ଦ୍ୱାରା ବାଲି ସୌରାତ ଆକଳନ କରାଯାଇଛି। ମଣ୍ଡଳ ରାଜସ୍ୱ ନିରୀକ୍ଷକ ଏବଂ କଲମପୁର ତହସିଲ କର୍ମଚାରୀ ବାଲି ସୌରାତ।କଳନରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories