www.samajalive.in
Thursday, December 11, 2025
16.1 C
Bhubaneswar

ରାସ୍ତା ପୁନଃ ସଂଯୋଗ କରିବା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଡଙ୍ଗରୀଗୁଡା ଗ୍ରାମବାସୀ

କଲମପୁର: ବଡକୁଟୃ ଠାରୁ କଲମପୁର ଭାୟା ଡଙ୍ଗରୀଗୁଡା ୫.୨୦ କିଲୋମିଟର ରାସ୍ତା ୧୮୨.୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପି.ଏମ.ଜି.ଏସ.ୱାଇ ମାଧ୍ୟମରେ କାର୍ଯ୍ୟ ଜାରି ରହିଛି। ପ୍ୟାକେଜ ନଂ ଓ.ଆର ୧୫/୫୦୨ ମାଧ୍ୟମରେ ଚାଲିଥିବା ଏହି ରାସ୍ତାର ୧୨.୯୦ ମିଟର ରାସ୍ତା କାମ ଗତ ୫ ବର୍ଷ ପୂର୍ବେ ହେଇଥିବା ଦର୍ଶାଇ ବିଭାଗ ତରଫରୁ ଏହି ନୁତନ କାର୍ଯ୍ୟରୁ ବାଦ ଦିଆଯାଇଛି। କିନ୍ତୁ ଏହି ୫ ବର୍ଷ ମଧ୍ୟରେ ରାସ୍ତାର ଅବସ୍ତା ଅତ୍ୟନ୍ତ ଦୟନୀୟ ହେଇ ପଡ଼ିଛି। ୧୦ଟନ ମଧ୍ୟରେ ଓଜନ ପରିବହନ ପାଇଁ ରାସ୍ତାର କ୍ଷମତା ରହିଛି। କିନ୍ତୁ ଏହି ରାସ୍ତା ଦେଇ ମେଗା ପାନୀୟ ଜଳ ପ୍ରକଳ୍ପର ବହୁ ଓଜନିଆ ଯାନ ବାହନ ସମେତ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ମରାମତି ପାଇଁ ରିତିମତ ୩୦ ଟନରୁ ଅଧିକ ଓଜନ ବୋଝେଇ ଯାନ ବାହାନ ଚଳା ଚଳ କରୁଥିବାରୁ ରାସ୍ତା ଭାଙ୍ଗି ସାରିଲାଣି। ତେଣୁ ପନଃ ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି। ଗ୍ରାମବାସୀ ଆଶା କରିଥିଲେ ନୁତନ ରାସ୍ତା କାମରେ ଏହି ରାସ୍ତା ନିର୍ମାଣ ହେବବୋଲି। କିନ୍ତୁ ୧୨.୯୦ ମିଟର ବାଦ ପଡ଼ିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଏହାର ସମାଧାନ ପାଇଁ ପୂର୍ବତନ ମୀନଗୁର ସରପଂଚ ବିଜୟ କୁମାର ପଣ୍ଡା, ଗଣେଶ ଚନ୍ଦ୍ର ନାଗ, ରାମକୃଷ୍ଣ ମାଝୀ, ମାଧବ ଖର୍ସେଲ ପ୍ରମୁଖଙ୍କ ନେତୃତ୍ୱରେ ଡଙ୍ଗରୀଗୁଡା ଗ୍ରାମବାସୀ କଲମପୁର ତହସିଲଦାର ରୁଦ୍ର ମୋହନ ନାୟକଙ୍କ ଦ୍ୱାରସ୍ଥ ହେଇଥିଲେ। ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ଧର୍ମଗଡ଼ ଗ୍ରାମ ଉନ୍ନୟନ ବିଭାଜନ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେବା ପାଇଁ ଦାବି କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories