www.samajalive.in
Saturday, December 13, 2025
26.1 C
Bhubaneswar

ଚାରିଛକ ଉଚ୍ଚବିଦ୍ୟାଳୟରେ ବର୍ଣ୍ଣାଳି ପ୍ରଶିକ୍ଷଣ ଶିବିର

ହରଭଙ୍ଗା: ହରଭଙ୍ଗା ବ୍ଲକ ଚାରିଛକ ଉଚ୍ଚବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ବ୍ଲକର ୯୦ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ୩ଦିନିଆ ବର୍ଣ୍ଣାଳି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଅଛି। ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧିକାରୀ ଉଦୟନାଥ ଶର୍ମା ଯୋଗଦେଇଥିଲେ। ବାଳିକାମାନଙ୍କୁ ପରିବାରରେ ଅନେକ ସମୟରେ ଅଣଦେଖା କରାଯାଉଥିବା ଏବଂ ବାଳକମାନଙ୍କୁ ସବୁଥିରେ ଅଗ୍ରାଧିକାର ଦିଆଯାଉଥିବା ଦେଖାଯାଏ। ଏହା ସହିତ ଦିବ୍ୟାଙ୍ଗଙ୍କୁ ସମାଜରେ ଅନ୍ୟ ଆଖିରେ ଦେଖାଯାଉଥିବା ବେଳେ ପରିବାରରେ ମଧ୍ୟ ସେମାନଙ୍କ ପ୍ରତି ସମାନତା ରହେ ନାହିଁ। ଏସବୁକୁ ନେଇ ସରକାର ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେଇ ସମାଜକୁ ନୂତନ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ସମାଜରେ ଲିଙ୍ଗ ଭେଦଭାବ ଯେଭଳି ରହିବ ନାହିଁ ଏବଂ ସମସ୍ତଙ୍କ ସମାନ ଅଧିକାର ମିଳିପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟବେକ୍ଷକ ବିଜୟଲକ୍ଷ୍ମୀ ରାଉତରାୟ,ଏବିଇଓ ଜଗତ ମଲ୍ଲିକ, ଜେଣ୍ଡର କୋଡିନେଟର ମୋନାଲନି ଦାଶ, ଯୋଗ ଦେଇଥିଲେ। ମାଷ୍ଟର ଟ୍ରେନର ଭାବେ ରମେଶ ଯୋଶୀ, ସୁନିତା ସେଠୀ,ମ୍ୃତ୍ୟୁଞ୍ଜୟ ସାହୁ,ସଞୟ ଦେହୁରୀ, ସରିତା ବିଶୋୟୀ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories