www.samajalive.in
Saturday, December 13, 2025
26.1 C
Bhubaneswar

‘ସମାଜ , ପୃଥିବୀ ଓ ଲାଭ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ ଅମୃତବିହାରରେ ‘ସମାଜ , ପୃଥିବୀ ଏବଂ ଲାଭ : ଏକ ସାମ୍ବାଦିକତା ସ୍ଥାୟୀ ବିକାଶ ଲକ୍ଷ୍ୟ’ ଶୀର୍ଷକ ଦୁଇ ଦିନିଆ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆବାହକ ଡ. ଶ୍ରୀନିବାସ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ଗବେଷିକା ସ୍ମୃତିଶୀଖା ଗୁରୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ଉଦଘାଟନି ଉତ୍ସବରେ ଡ. ଅମୀୟ କୁମାର ମହାପାତ୍ର ସଭାପତିତ୍ବ କରିଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ. ସାବତ କୁମାର ଦିଗଲ୍ ଓ ଡ. ଏନ୍.ଭି.ହୀରାମତ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଉଦଯାପନୀ ସମାରୋହ କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ ସଭାପତିତ୍ବ କରିଥିଲାବେଳେ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରିୟବ୍ରତ ପଣ୍ଡା ସ୍ଵାଗତ ଭାଷଣ ଓ ଅତିଥି ମାନଙ୍କ ପ୍ରଦାନ କରିଥିଲେ । ଜ୍ଞାନ ରଞ୍ଜନ ବଳ ଆଲୋଚନାଚକ୍ରର ବିବରଣୀ ପାଠ କରିଥିଲେ।

- Advertisement -

କାର୍ୟ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳସଚିବ ପ୍ରଫେସର ମଳୟ କୁମାର ମହାନ୍ତି , ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରଫେସର ଡ଼ଃ ଏଚ୍.କେ.ସିଂ, ପ୍ରଫେସର ଶ୍ୟାମାଚରଣ ଆଚାର୍ୟ୍ୟ , ଉପକୁଳସଚିବ ଉମାଚରଣ ପତି, ସୁବାଷ ଝାଙ୍କର , ସରୋଜା ମେହେର, ଅମ୍ରିତ ପ୍ରତାପ ସିଂ ପ୍ରମୁଖ ଯୋଗଦେଇଥିଲେ। ପରିଚାଳନା ବିଭାଗ ମୁଖ୍ୟ ଡ. ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories