www.samajalive.in
Saturday, December 6, 2025
23.1 C
Bhubaneswar

‘ସମାଜ , ପୃଥିବୀ ଓ ଲାଭ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ ଅମୃତବିହାରରେ ‘ସମାଜ , ପୃଥିବୀ ଏବଂ ଲାଭ : ଏକ ସାମ୍ବାଦିକତା ସ୍ଥାୟୀ ବିକାଶ ଲକ୍ଷ୍ୟ’ ଶୀର୍ଷକ ଦୁଇ ଦିନିଆ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆବାହକ ଡ. ଶ୍ରୀନିବାସ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ଗବେଷିକା ସ୍ମୃତିଶୀଖା ଗୁରୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ଉଦଘାଟନି ଉତ୍ସବରେ ଡ. ଅମୀୟ କୁମାର ମହାପାତ୍ର ସଭାପତିତ୍ବ କରିଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ. ସାବତ କୁମାର ଦିଗଲ୍ ଓ ଡ. ଏନ୍.ଭି.ହୀରାମତ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଉଦଯାପନୀ ସମାରୋହ କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ ସଭାପତିତ୍ବ କରିଥିଲାବେଳେ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରିୟବ୍ରତ ପଣ୍ଡା ସ୍ଵାଗତ ଭାଷଣ ଓ ଅତିଥି ମାନଙ୍କ ପ୍ରଦାନ କରିଥିଲେ । ଜ୍ଞାନ ରଞ୍ଜନ ବଳ ଆଲୋଚନାଚକ୍ରର ବିବରଣୀ ପାଠ କରିଥିଲେ।

- Advertisement -

କାର୍ୟ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳସଚିବ ପ୍ରଫେସର ମଳୟ କୁମାର ମହାନ୍ତି , ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରଫେସର ଡ଼ଃ ଏଚ୍.କେ.ସିଂ, ପ୍ରଫେସର ଶ୍ୟାମାଚରଣ ଆଚାର୍ୟ୍ୟ , ଉପକୁଳସଚିବ ଉମାଚରଣ ପତି, ସୁବାଷ ଝାଙ୍କର , ସରୋଜା ମେହେର, ଅମ୍ରିତ ପ୍ରତାପ ସିଂ ପ୍ରମୁଖ ଯୋଗଦେଇଥିଲେ। ପରିଚାଳନା ବିଭାଗ ମୁଖ୍ୟ ଡ. ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories