www.samajalive.in
Saturday, December 13, 2025
17.1 C
Bhubaneswar

ଇତିହାସ ରଚିଲା ପ୍ଲାନେଟାରିୟମ: ଚଳିତ ଆର୍ଥିକ ବର୍ଷରେ ପରିଦର୍ଶନ କଲେ ୧,୭୫,୮୩୬ ସଂଖ୍ୟକ ଦର୍ଶକ; ଆଦାୟ ହେଲା ୪୩,୪୬,୨୦୫. ଟଙ୍କା ରାଜସ୍ୱ

ଭୁବନେଶ୍ବର: ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବାଧିକ ଆୟ ଓ ସର୍ବାଧିକ ଦର୍ଶକ ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଇତିହାସ। ରଚିଲା୧୯୯୦ ଜାନୁଆରୀ ୯ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଭୁବନେଶ୍ବର ଠାରେ ଖୋଲା ଯାଇଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସାଧାରଣ ଲୋକଙ୍କ ପାଖରେ ବେଶ୍ ଆଦୃତ ହେବାରେ ଲାଗିଛି । ପ୍ରତି ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଦର୍ଶକ ପଠାଣି ସାମନ୍ତ ପ୍ଲାନେଟାରିୟମକୁ ଆସନ୍ତି। କୋଭିଡ୍ ମହାମାରୀର ସମୟର ଦୁଇ ବର୍ଷକୁ ଛାଡି ପ୍ରତ୍ୟେକ ବର୍ଷ ପୂର୍ବ ବର୍ଷ ତୁଳନାରେ ଅଧିକ ସଂଖ୍ୟକ ଦର୍ଶକ ପ୍ଲାନେଟାରିୟମ୍‌କୁ ଆସିବାକୁ ଲାଗିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୧,୭୫,୮୩୬ ସଂଖ୍ୟକ ଦର୍ଶକଙ୍କ ଠାରୁ ୪୩,୪୬,୨୦୫. ଟଙ୍କା ରାଜସ୍ୱ ଆଦାୟ କରାଯାଇଛି ଯାହାକି ବିଗତ ୩୩ ବର୍ଷ ଇତିହାସ ରେ କୌଣସି ଆର୍ଥିକ ବର୍ଷ ପାଇଁ ସର୍ବାଧିକ ଅଟେ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପଠାଣି ସାମନ୍ତ ପ୍ଲାନେଟାରିୟମର ପୁରୁଣା ଯନ୍ତ୍ରପାତି ୧୯୧୨ ମସିହାରେ ବଦଳାଯାଇ ଡିଜିଟାଲ ଯନ୍ତ୍ରପାତି ଅବସ୍ଥାପିତ କରାଯାଇଥିଲା । ଏହା ପରଠାରୁ ଏଗାର ବର୍ଷ ସମୟ ମଧ୍ୟରେ ପନ୍ଦର ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ପ୍ଲାନେଟାରିଅମ ‘ସୋ’ ଦେଖିବା ସହ ସେମାନଙ୍କ ଠାରୁ ୩.୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଏତଦ୍‌ବ୍ୟତୀତ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଭଳି ମହାଜାଗତିକ ଘଟଣା ସମୟରେ ପଠାଣି ସାମନ୍ତ ପ୍ଲାନେଟାରିଅମକୁ ହଜାର ହଜାର ସଂଖ୍ୟକ ଦର୍ଶକ ଆସିଥାଆନ୍ତି । ଗତ ୨୦୧୭-୧୮ ମସିହାରେ ସର୍ବାଧିକ ୧.୫୪ ଲକ୍ଷ ଦର୍ଶକ ଆସିଥିଲେ ଓ ସର୍ବାଧିକ ରାଜସ୍ୱ ଆଦାୟ ୩୬.୫୧ ଲକ୍ଷ ଟଙ୍କା ହୋଇଥିଲା । ଚଳିତ ଆର୍ଥିକ ବର୍ଷର ରାଜସ୍ୱ ଆଦାୟ ଓ ଦର୍ଶକ ବିଗତ ଏଗାର ବର୍ଷର ହାରାହାରି ଆୟ ଠାରୁ ୩୨% ଅଧିକ ହୋଇପାରିଛି । ଏଠି ସୂଚାଇ ଦିଆଯାଉଛି ଯେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଟିକଟ ମୂଲ୍ୟ ଭାରତରେ ଅନ୍ୟ ପ୍ଲାନେଟାରିୟମ ତୁଳନାରେ ଅତ୍ୟନ୍ତ କମ୍ ଅଟେ ।

- Advertisement -

ପଠାଣି ସାମନ୍ତ ପ୍ଲାନେଟାରିୟମକୁ ଲୋକପ୍ରିୟ କରିବାରେ ଗଣମାଧ୍ୟମ, ତଥା ଖବରକାଗଜ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ପ୍ଲାନେଟାରିୟମ ତରଫରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଉଅଛି । ପୂର୍ବ ପରି ପ୍ଲାନେଟାରିୟମର ସମସ୍ତ କାର୍ୟ୍ୟକ୍ରମକୁ ପ୍ରାଥମିକତା ଦେଇ ଏହି ପ୍ରଚାର ପ୍ରସାରକୁ ଆଗକୁ ଚାଲୁ ରଖିବେ ବୋଲି ଆଶା କରାଯାଏ । ଚଳିତ ଆର୍ଥିକ ବର୍ଷର ଶେଷ ଦିନର ଶେଷ ‘ସୋ’ରେ ଓଡ଼ିଶା ବିଜ୍ଞାନ ଏକାଡେମୀକୁ ରାଜ୍ୟର ଅଣତିରିଶଟି ଜିଲ୍ଲାରୁ ଆସିଥିବା ୬୦ଜଣ ଛାତ୍ରଛାତ୍ରୀ ଓ ୬୦ ଜଣ ଶିକ୍ଷକ ପ୍ଲାନେଟାରିୟମର ସୋ’ ଦେଖିଥିଲେ, ଓ ପରେ ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ଦ୍ୱାରା ଦିଆଯାଇଥିଲା ।

ବିଜ୍ଞାନ ଓ କାରିଗରୀ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତଥା ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ବଳିଷ୍ଠ ତତ୍ତ୍ୱାବଧାନ ଏବଂ ପ୍ଲାନେଟାରିଅମ୍‌ର ନିର୍ଦ୍ଦେଶିକା ସଂଜୁଲତା ବେହେରାଙ୍କ ସମୟାନୁଉପଯୋଗୀ ପଦକ୍ଷେପ ଏବଂ କିଛି କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ପ୍ଲାନେଟାରିୟମ୍ ଏପରି ଏକ ସଫଳତା ପାଇଛି ବୋଲି ମତ ପ୍ରକାଶ କରାଯାଉଛି । ଆଗାମି ଦିନରେ ରାଜ୍ୟ ପଠାଣି ସାମନ୍ତ ପ୍ଲାନେଟାରିୟମକୁ ଆହୁରି ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗତରଫରୁ ଅନେକଗୁଡ଼ିଏ ଯୋଜନା ପ୍ରସ୍ତୁତ କରାଯାଇଛି। ଆମ ରାଜ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବାରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories