ସମ୍ବଲପୁର : ସମ୍ବଲପୁରର ଡା. ଝସକେତନ ସାହୁ ସନ୍ତରଣାଗାର ଠାରେ ଆୟୋଜିତ ହେଉଥିବା ୧୪ ବର୍ଷ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ମାନଙ୍କର ୨ ଦିନିଆ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଜିଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ମୁଖ୍ୟ ଅତିଥି, ସହକାରୀ ଶାରିରୀକ ଶିକ୍ଷା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା ଯୋଗଦାନ କରିଥିଲେ। ଜିଲା ଶିକ୍ଷା ନିରୀକ୍ଷକ ଜଗବନ୍ଧୁ ବେହେରା ସ୍ୱାଗତ ଭାଷଣ ଦେବା ପରେ ଅତିଥି ମାନେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରି ପୁରସ୍କାର ବିତରଣ କରିଥିଲେ।
ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ ବାଳିକା ବର୍ଗରେ ଭୁବନେଶ୍ୱର, ୧୭ ବର୍ଷରୁ କମ ବାଳକ ବର୍ଗରେ ସମ୍ବଲପୁର, ୧୪ ବର୍ଷରୁ କମ ବାଳିକା ବର୍ଗରେ ସମ୍ବଲପୁର ଏବଂ ବାଳକ ବର୍ଗରେ ଭୁବନେଶ୍ୱର ଚାମ୍ପିୟନ ହୋଇଛନ୍ତି। କାର୍ଯ୍ୟକ୍ରମର ଶେଷରେ ମୁଖ୍ୟ ଅତିଥି ପ୍ରତିଯୋଗିତା ପତାକା ଅବତରଣ କରି କାର୍ଯ୍ୟକ୍ରମର ଉଦଯାପନୀ ଘୋଷଣା କରିଥିଲେ।
ଏହି ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଦେବଗଡ, ଗଞ୍ଜାମ, ଖୋର୍ଦ୍ଧା, ବୌଦ୍ଧ, କଟକ ଆଦି ୧୦ଟି ଜିଲାର ୮୭ ଜଣ ପ୍ରତିଯୋଗୀ ଉଭୟ ବର୍ଗରେ ଭାଗ ନେଇଥିଲେ। ପ୍ରତିଯୋଗିତାକୁ ପରିଚାଳନା ନିମନ୍ତେ କେନ୍ଦ୍ରୀୟ ଅଧିକାରୀ ୮, ରାଜ୍ୟ ଅଧିକାରୀ ୨୦ ଓ ଜିଲା ଅଧିକାରୀ ୧୦ ଜଣ ଙ୍କୁ ମିଶାଇ ମୋଟ ୩୮ ଜଣ ଅଧିକାରୀ ଯୋଗ ଦେଇଥିଲେ। ଉଭୟ ବାଳକ ଓ ବାଳିକା ବର୍ଗରେ ୪୦୦ ମିଟର ଫ୍ରି ଷ୍ଟାଇଲ, ୨୦୦ ମିଟର ବଟର ଫ୍ଲାଏ, ୨୦୦ ମିଟର ବେକ ଷ୍ଟ୍ରୋକ, ୨୦୦ ମିଟର ଫ୍ରି ଷ୍ଟାଇଲ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମକୁ ଆୟୋଜନରେ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା, ଯୁଯୁମୁରା ହାଇସ୍କୁଲ ପ୍ରଧାନ ଶିକ୍ଷକ କୁଳଧର ପ୍ରଧାନ, ସନ୍ତରଣ ପ୍ରଶିକ୍ଷକ ଆଶୁତୋଷ ନାଏକ, ଲକ୍ଷ୍ମଣ ନାଥ, ଚିତ୍ତରଞ୍ଜନ ପଣ୍ଡା, ସୌମେନ୍ଦ୍ର ଦାଶ, ସତ୍ୟ ରଞ୍ଜନ ପଣ୍ଡା, ପି. ସୁଧାଂଶୁ, ତ୍ରିବିକ୍ରମ ରଣା, ରମେଶ ବେରିହା, ଭୀମସେନ ବାରିକ, ପ୍ରତାପ ସେନାପତି, ମହେଶ୍ୱର ଖଣ୍ଡେ, ମଣି ବେଜି, ସୁପ୍ରଜିତ ସାହୁ, ବୁଲୁ ବିଶ୍ୱାଳ, ପଦ୍ମଲୋଚନ ସାହୁ, ଜଟାଭୂଷଣ ସାହୁ ଓ ଅନ୍ୟ କର୍ମଚାରୀ ମାନେ ସକ୍ରିୟ ସହାୟତା କରିଥିଲେ।
ଉଦଯାପନୀ ଉତ୍ସବକୁ ଅସୀମ ପ୍ରଧାନ ପରିଚାଳନା କରିଥିବା ବେଳେ ପୁରୁଣା ବଲାରଙ୍ଗା ଉନ୍ନତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଦିପାଳି ଚୌଧୁରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



