www.samajalive.in
Sunday, December 7, 2025
14.1 C
Bhubaneswar

ମୋହନାରେ ଆହାର କେନ୍ଦ୍ର ଖୋଲିବା ପାଇଁ ଦାବି

ମୋହନା : ମୋହନା ବ୍ଲକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ । ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଳକର ଜନସଂଖ୍ୟା ପ୍ରାୟ ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ଵ । ଏଠି ଆଦିବାସୀ ସଂପ୍ରଦାୟର ୭୦ ଭାଗରୁ ଉର୍ଦ୍ଧ୍ଵ ଲୋକ ବସବାସ କରୁଥିବା ବେଳେ ଅନ୍ୟାନ୍ୟ ବର୍ଗର ୩୦ ଭାଗ କୁଲି ମଜୁରୀ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବହୁ ଲୋକ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି। ରାତି ପାହିଲେ ଲୋକେ ତହସିଲ, ଥାନା, ବ୍ଳକ, ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର, ବନ ବିଭାଗ, ପ୍ରାଣୀ ଚିକିତ୍ସାଳୟ, ବ୍ୟାଙ୍କ,ଗ୍ରାମ୍ୟ ଉନ୍ନୟନ ବିଭାଗ,କୋର୍ଟ, ଗୋଷ୍ଠୀ ଶିକ୍ଷାଧିକାରୀ, ସାଉଥ କୋ ସବଷ୍ଟେସନ ଆଦି କାର୍ୟ୍ୟାଳୟ ସମେତ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଗୋଟିଏ ତ୍ସ୍ନାତକ ମହାବିଦ୍ୟାଳୟ ଏବଂ ବିଭିନ୍ନ ସଂସ୍ଥାକୁ ସରକାରୀ ଓ ବେସରକାରୀ କାମରେ ଏଠାକୁ ଆସିଥାନ୍ତି।
ଏହି ବ୍ଳକ ଠାରୁ କଟାମା ପଞ୍ଚାୟତର ଦୂରତା ୫୦ କିମି ହୋଇଥିବା ବେଳେ ରାଇପଙ୍କା ୪୦, ଚ଼ନ୍ଦ୍ରଗିରି ୨୫, କନ୍ଧ ଗଣି ୨୦, ଗରଡମା ୭୦,ଢ଼େପାଗୁଡ଼ା ୬୫କିମି , ଚୁଡ଼ଙ୍ଗପୁର ଓ କେଶରୀଗୁଡା ପଞ୍ଚାୟତ ୩୦ କିମି ଦୂରତା ମଧ୍ୟରେ ଅବସ୍ଥିତ ।କାମରେ ଆସିବା ପାଇଁ ଗାଡ଼ିରେ ଘଣ୍ଟା ଘଣ୍ଟା ଧରି ସମୟ ଲାଗୁଥିବା ବେଳେ ସରକାରୀ କାମରେ ବିଳମ୍ବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସାଧାରଣ ଲୋକେ ହୋଟେଲରେ ଚ଼ଢାଦର ଦେଇ ଖାଇ ନପାରି ଭୋକ ଉପାସରେ ପାଣି ପିଇ ଗାଁକୁ ଫେରୁଛନ୍ତି। ଯାହାଫଳରେ ଗରୀବ ଅଞ୍ଚଳବାସୀ ମୋହନାଠାରେ ଏକ ଆହାର କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାରଙ୍କଠାରେ ଦାବି ଜଣାଇଛନ୍ତି।
ଅପରପକ୍ଷେ ରାଜ୍ୟ ସରକାର ଓଡିଶାର ବିଭିନ୍ନ ସହରରେ ଆହାର କେନ୍ଦ୍ରମାନ ଖୋଲିଥିବା ବେଳେ ମୋହନା ଭଳି ଏକ ଆଦିବାସୀ ଅଧ୍ୟୁଷିତ ବୃହତ୍ତମ ବ୍ଲକରେ ଆହାର କେନ୍ଦ୍ର ନଖୋଲିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories