www.samajalive.in
Saturday, December 13, 2025
21.1 C
Bhubaneswar

ଓଟିରେ ସେଲ୍‍ଫି ନେଇ ଫଶିଗଲେ ଡାକ୍ତର

ଜୟପୁର : ଆଜିକାଲି ସେଲ୍‍ଫି ଏକ ନିଶା ପାଲଟିଯାଇଛି। ଏହି ନିଶା ଏତେ ମାତ୍ରାରେ ଘାରିଛି ଯେ, ଲୋକେ ସ୍ଥାନ, କାଳ, ପାତ୍ର କିଛି ହେଲେ ଦେଖୁ ନାହାନ୍ତି। ଯଦ୍ୱାରା ଜୀବନ ମଧ୍ୟ ଚାଲିଯାଉଛି ଓ ଏଥିସହିତ ଅନ୍ୟାନ୍ୟ ବହୁ ସମସ୍ୟା ଦେଖା ଦେଉଛି। ତେବେ ଏହି ସେଲ୍‍ଫି ନିଶା ଯୋଗୁଁ ଏବେ ଜଣେ ମହିଳା ଡାକ୍ତର ଫଶି ଯାଇଥିବା ଜଣାପଡ଼ିଛି। ଏହି ଡାକ୍ତର ଜଣଙ୍କ ଅପରେସନ୍‍ ଥିଏଟର(ଓଟି) ଭିତରେ ସେଲ୍‍ଫି ନେଇ ଫଶି ଯାଇଛନ୍ତି।

ସୂଚନା ଅନୁସାରେ, କୋରାପୁଟର ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଖୋଲାଯାଇଥିବା ନୂତନ ଅପରେସନ୍‍ ଥିଏଟରରେ ଜଣେ ଡାକ୍ତର ସେଲ୍‍ଫି ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‍ ହୋଇଛି।

- Advertisement -

ତେବେ ଏହି ଘଟଣାର ତଦନ୍ତ କରାଯିବ ଓ ସିଡିଏମ୍‍ଓ ଲଳିତ ମୋହନ ରଥ ନିଜେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

ସୂଚନା ମୁତାବକ, ଗତ ଅକ୍ଟୋବର ୧୫ ତାରିଖରେ ଜୟପୁର ଡାକ୍ତରଖାନା ଜିଲା ମୁଖ୍ୟ ଚିକିତ୍ସାଳୟ ଭାବେ କାର୍ଯ୍ୟକ୍ଷମ ହେବା ପରେ ବୁଧବାର ସେଠାରେ ନୂତନ ଅସ୍ତ୍ରୋପଚାର କକ୍ଷ ଖୋଲିଥିଲା। ଏଥିସହିତ ଏଠାରେ ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ତେବେ ଏହି ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ଓଟିକୁ ଯାଇଥିବା ସମୟରେ ଏହି ସେଲ୍‍ଫି ଉଠା ଯାଇଥିବା ଜଣାପଡ଼ିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories