www.samajalive.in
Saturday, December 13, 2025
26.1 C
Bhubaneswar

ର‍୍ୟାଲିରେ ସାମିଲ ହେବା ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଲେ କଂଗ୍ରେସ ଏବଂ ଜେଡିଏସ୍‍ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ : କର୍ଣ୍ଣାଟକ କଂଗ୍ରେସ ଏବଂ ଜନତା ଦଳ (ସିକ୍ୟୁଲାର)ର କାର୍ଯ୍ୟକର୍ତ୍ତା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍.ଡି ଦେବଗୌଡ଼ାଙ୍କ ର‍୍ୟାଲିରେ ଯୋଗଦେବା ପାଇଁ ବୁଧବାର ଦିନ ଲୋକଙ୍କୁ ନଗଦ ଟଙ୍କା ବାଣ୍ଟିଥିଲେ। କେହି ଜଣେ ଲୁଚାଛପା ଟଙ୍କା ବାଣ୍ଟିବା ଦୃଶ୍ୟର ଭିଡ଼ିଓ ଉତ୍ତୋଳନ କରିଥିଲେ। ଗୁରୁବାର ଏହି ଭିଡ଼ିଓ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଟଙ୍କା ବାଣ୍ଟିବା ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକେ କଂଗ୍ରେସ ଏବଂ ଜେଡିଏସ୍‍କୁ କଡ଼ା ସମାଲୋଚନା କରିଛନ୍ତି।
ସୂଚନା ଅନୁସାରେ ଭିଡ଼ିଓରେ ଦେଖାଯାଉଥିବା ଦୃଶ୍ୟ ରାମନଗର ବିଧାନସଭା ଅନ୍ତର୍ଗତ ଏକ ଗ୍ରାମର। ର‍୍ୟାଲିରେ ଏଚ୍‍.ଡି କୁମାରସ୍ୱାମୀ ରାମନଗର ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ତାଙ୍କ ବୋହୂ ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀଙ୍କ ପତ୍ନୀ ଅନୀତା କୁମାରସ୍ୱାମୀଙ୍କ ପାଇଁ ପ୍ରଚାର କରିବେ। ଏହି ନିର୍ବାଚନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପାଇଁ ପ୍ରତିଷ୍ଠାର ବିଷୟ ହୋଇଛି। ରାମନଗରକୁ ଜେଡିଏସ୍‍ର ଗଡ଼ କୁହାଯାଉଛି। ତେଣୁ ଏଠାରେ ଅନୀତା ବିପୁଳ ଭୋଟ ବ୍ୟବଧାନରେ ଜିତିବେ ବୋଲି କୁହାଯାଉଛି। ଏଭଳି କ୍ଷେତ୍ରରେ ଏହି ଭିଡ଼ିଓ ଅନୀତାଙ୍କ ପାଇଁ କୌଣସି ପ୍ରକାର ନକାରାତ୍ମକ ପ୍ରଭାବ ପକାଇବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories