www.samajalive.in
Sunday, December 14, 2025
26.1 C
Bhubaneswar

୫୩ତମ ଶ୍ରୀରାମ ନବମୀ ମହୋତ୍ସବ ଉଦ୍‌‌ଯାପିତ

କେନ୍ଦୁଝରଗଡ଼ : କେନ୍ଦୁଝର ସହର ମାଇନିଂରୋଡସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ପୂଜାକମିଟି ପକ୍ଷରୁ ଚଳିତମାସ ୨୨ରୁ ୩୦ତାରିଖ ପର୍ଯ୍ୟନ୍ତ ୯ଦିନବ୍ୟାପୀ ୫୩ତମ ଶ୍ରୀରାମ ନବମୀ ମହୋତ୍ସବ ଅବସରରେ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତମାସ ୨୨ତାରିଖ ଶୁଭାଧିବାସ ଓ ଘଟସ୍ଥାପନ ପରେ ୨୩ରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଉତ୍ସବ ଓ ବାଲ୍ୟଲୀଳା, ୨୪ରେ ସୀତାରାମ ବିବାହ ଓ ପର୍ଶୁରାମ ଭେଟ ପରେ ୨୫ତାରିଖ ପ୍ରଭୁ ଶ୍ରୀରାମଙ୍କ ବନଗମନ ଓ କୈବର୍ତ୍ତ ପ୍ରସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୨୬ତାରିଖ ଭରତ ମିଳନ, ୨୭ରେ ସୀତା ହରଣ ଓ ଜଟାୟୁ ପ୍ରସଙ୍ଗ, ୨୮ରେ ହନୁମାନ ଭେଟ ଓ ବାଳି ବଧ ଏବଂ ୨୯ତାରିଖ ମେଘନାଦ ଓ ରାବଣ ବଧ କାର୍ଯ୍ୟକ୍ରମ ପରେ ୩୦ ତାରିଖ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇ ସନ୍ଧ୍ୟାରେ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଛି। ମାର୍ଚ୍ଚ ୩୧ତାରିଖ ଶୁକ୍ରବାର ଅପରାହ୍ନ ୪ଟାରେ ପ୍ରଭୁ ଶ୍ରୀରାମଙ୍କ ନଗର ପରିକ୍ରମା ଓ ସଂକୀର୍ତ୍ତନ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମାର୍ଚ୍ଚ ୨୨ରୁ ୩୦ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୭ ଘଟିକା ଠାରୁ ପ୍ରଭୁଙ୍କ ଷୋଡଶ ଉପଚାର ପୂଜା, ସୂର୍ଯ୍ୟ ପୂଜା ଓ ଗୋ-ମାତା ପୂଜା ଯଥାରୀତି ଅନୁଷ୍ଠିତ ହୋଇଆସୁଛି ।

- Advertisement -

ସକାଳ ୮ଘଟିକା ଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ପୁରୀର ବ୍ୟାସ ସୌମ୍ୟ କୃପାଳୁ ଦାସ, ଯାଜପୁର ଜାରକାର ବିଭୁତିଭୂଷଣ ପାଲ, ପୁରୀର ଅଧ୍ୟାପକ ସନ୍ତୋଷ କୁମାର ସାହୁ ପ୍ରମୁଖଙ୍କ ଦ୍ୱାରା ପ୍ରତ୍ୟେହ ସନ୍ଧ୍ୟାରେ ଶ୍ରୀରାମଚରିତ ମାନସ ସହ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ସୁଚାରୁରୂପେ ତୁଲାଇ ଆସିଥିଲେ। ଶ୍ରୀଶ୍ରୀ ରଘୁନାଥଜୀଉ ମନ୍ଦିର ପରିଚାଳନା କମିଟି ସଭାପତି ଦେବଦତ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ୧୦ଦିନବ୍ୟାପୀ କାର୍ଯ୍ୟକ୍ରମରେ ଭକ୍ତଗଣ ଯୋଗଦେଇ ପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ସହ ପ୍ରତି ସନ୍ଧ୍ୟାରେ ଶାନ୍ତିଶୃଙ୍ଖଳାର ସହ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories