www.samajalive.in
Saturday, December 13, 2025
26.1 C
Bhubaneswar

ରାମ ନବମୀରେ ଅଘଟଣ: ପୂଜା ଚାଲିଥିବାବେଳେ ମନ୍ଦିର କୂଅ ଧସି ୧୩ ମୃତ, ୧୯ ଆହତ

ଇନ୍ଦୋର: ରାମ ନବମୀ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଅଘଟଣ। ଇନ୍ଦୋର ପଟେଲ ନଗରରେ ଥିବା ଏକ ମନ୍ଦିରରେ ପୂଜା ଚାଲିଥିବାବେଳେ ଧସି ପଡ଼ିଲା ଭୂତଳ କୂଅ। ଫଳରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂତଳ କୂଆରେ ଖସି ପଡ଼ିଥିବା ଲୋକଙ୍କ ମଧ୍ୟରୁ ୧୯ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟିତା ରାଶି ଦେବା ପାଇଁ ଘୋଷଣା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ଇନ୍ଦୋର ଠାରେ ଥିବା ଝୁଲେଲାଲ ମନ୍ଦିରରେ ରାମନବମୀ ପାଇଁ ପୂଜା ଚାଲିଥିବା ବେଳେ ମନ୍ଦିର ପରିସରରେ ଥିବା ଏକ କୂଅର କାନ୍ଥ ଭାଙ୍ଗିଯାଇଥିଲା । ଫଳରେ କୂଅ ଉପରେ ଚଢି ପୂଜା ଦେଖୁଥିବା ଭକ୍ତଙ୍କ ମଧ୍ୟରୁ ୩୦ରୁ ଅଧିକ ଶ୍ରଦ୍ଧାଳୁ କୂଅ ଭିତରକୁ ଗଳିପଡିଥିଲେ। କୂଅ ଭିତରେ ଗଳିପଡିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅଗ୍ନିଶମ ବାହିନୀ କୂଅ ଭିତରୁ ୧୯ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛି।

- Advertisement -

ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ରାମ ନବମୀ ଅବସରରେ ମନ୍ଦିରରେ ଯଜ୍ଞ ଚାଲିଥିଲାବେଳେ କନ୍ୟା ପୂଜନ କାର୍ଯ୍ୟକ୍ରମ ରହିଥିଲା। ଫଳରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ୩୦ରୁ ଅଧିକ ଭକ୍ତ କୂଅ ଉପରେ ପଡିଥିବା ଛାତ ଉପରେ ଚଢି ପୂଜା ଦେଖୁଥିଲେ। ହଠାତ କୂଅର ଛାତ ଗଳିପଡିଥିଲା ଓ ତା ଉପରେ ଚଢିଥିବା ଶ୍ରଦ୍ଧାଳୁମାନେ କୂଅର ୪୦ ଫୁଟ ତଳକୁ ଚାଲିଯାଇଥିବା କଥା କୁହାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଇନ୍ଦୋର ପୋଲିସ କମିଶନର ମକରନ୍ଦ ଦେଓସକର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୩ଜଣଙ୍କର ମୃତଦେହ କୂଅ ଭିତରୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି। ହେଲେ ଉଦ୍ଧାର କାର୍ଯ୍ୟ ଜାରି ରହିଥିରୁ କୂଅ ଭିତରେ ଆଉ କେତେଜଣ ଶ୍ରଦ୍ଧାଳୁ ଫଶି ରହିଛନ୍ତି ତାର ସଠିକ୍ ଆକଳନ କରାଯାଇପାରି ନାହିଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories