www.samajalive.in
Friday, December 12, 2025
19.1 C
Bhubaneswar

ମନ୍ଦିରରେ ଥିବା କୂଅରେ ପଡି ୧୩ ଜଣଙ୍କର ମୃତ୍ୟୁ

ଇନ୍ଦୋର- ଇନ୍ଦୋରରେ ଥିବା ବେଲେଶ୍ୱର ଝୁନେଲାଲ ମନ୍ଦିରରେ କୂଅରେ ପଡି ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମନ୍ଦିରରେ ଯଜ୍ଞ ଚାଲିଥିବା ବେଳେ କୂଅ ଉପରେ ପଡିଥିବା ସ୍ଲାବ ବା ଛାତ ଉପରେ ଅନେକ ଭକ୍ତ ଛିଡା ହୋଇଥିଲେ । ଏହା ଧସିଯାଇଥିଲା ।   ଭକ୍ତମାନେ କୂଅ ଭିତରେ ପଡିଥିଲେ । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।

୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା, ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏହି ଘଟଣାରେ ମଧ୍ୟପ୍ରଦେଶ ସରକାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୫ ଲକ୍ଷ ଲେଖାଁଏ ଟଙ୍କା ଦିଆଯିବ । ଆହତମାନଙ୍କୁ ୫୦ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି ।

- Advertisement -

ଏହି ଘଟଣା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିବା ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories