କଟକ: ଜଣେ ମଦ୍ୟପ ଚାଳକବସକୁ ଅପେକ୍ଷା କରିଥିବା ମା’ଝିଅଙ୍କୁ କାର ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। କଟକ ସତୀଚୌରା ଛକରେ ମା,ଝିଅଙ୍କ ଉପରେ ଏହି ମଦ୍ୟପ ଚାଳକଙ୍କ କାର ମାଡ଼ି ଯାଇଥିଲା। ଏହି ମା’ ଗୁରୁତର ହୋଇପଡ଼ିଥିଲେ। ଦୁର୍ଘଟଣାରେ ଗୁରୁତର ମା’କୁ ସ୍ଥାନୀୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ମା’ଝିଅଙ୍କ ଉପରେ ଚଢ଼ିଯାଇ ନିକଟ ଦୋକାନକୁ ମଧ୍ୟ ମାଡ଼ିଯାଇଥିଲା କାର। ସ୍ଥାନୀୟ ଲୋକେ କାର ଚଳାଉଥିବା ଚାଳକକୁ ଅଟକ ରଖି ପୁଲିସ ଜିମାରେ ଦେଇଥିବା ସୂଚନା ମିଳିଛି।
Popular Categories



