www.samajalive.in
Saturday, December 13, 2025
26.1 C
Bhubaneswar

ଇମ୍ରାନଙ୍କ ବିରୋଧରେ ଗିରଫ ପରୱାନା

ଇସଲାମାବାଦ୍‌ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି। ଜଣେ ବିଚାରପତି ଓ ଇସଲାମାବାଦ୍‌ ପୁଲିସ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗରେ ଇମ୍ରାନ୍‌ଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି କରୁଥିବା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ମଲିକ ଅମନ ଏହି ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ବୁଧବାର ଏହି ମାମଲାର ଶୁଣାଣି ସମୟରେ ଇମ୍ରାନ ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ରହିଥିବାର ଥିଲା। ତେବେ ​ସେ ଉପସ୍ଥିତ ନ ରହିବାରୁ ମାଜିଷ୍ଟ୍ରେଟ୍‌ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନାଥାଉ କି ଗତବର୍ଷ ଅଗଷ୍ଟରେ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଜେବା ଚୌଧୁରୀ ଓ ଇସଲମାବାଦ୍‌ ପୁଲିସ ଅଧିକାରୀଙ୍କୁ ଇମ୍ରାନ୍‌ ଧମକ ଦେଇଥିବା ନେଇ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। ମାମଲାକୁ ନେଇ ଇମ୍ରାନଙ୍କ ବିରୋଧରେ ଗତ ୧୩ରେ ପ୍ରଥମେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ତେବେ ୨୪ତାରିଖ ଶୁଣାଣିରେ ଜାମିନବିହୀନ ଗିରଫ ପରୱାନାକୁ ଜାମିନଯୋଗ୍ୟ ଗିରଫ ପରୱାନାକୁ ବଦଳାଇ ଦେଇଥିଲେ ମାଜିଷ୍ଟ୍ରେଟ୍‌।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories