www.samajalive.in
Sunday, December 14, 2025
15.1 C
Bhubaneswar

ହାଲିଆ ଅନୁଭବ ହେଉଥିଲେ.. ଦହି ସହ ଖାଆନ୍ତୁ ଏହି ଜିନିଷ

ଦହି, କ୍ଷୀର ଆଦି ଖାଦ୍ୟରେ କ୍ୟାଲସିୟମ,ପ୍ରୋଟିନ୍‌‌ ସହ ଅନ୍ୟାନ୍ୟ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଛି। ଏହି କାରଣରୁ ଦହି ଓ କ୍ଷୀର ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଥାଏ। କାମ କରିବାକୁ ଶକ୍ତି ମଧ୍ୟ ମିଳିଥାଏ। ଅଧିକାଂଶ ଲୋକେ ଖାଦ୍ୟ ଖାଇବା ସମୟରେ ଦହିର ନିଶ୍ଚୟ ସେବନ କରିଥାଆନ୍ତି। ତେବେ ହୁଏତ ଆପଣ ଜାଣି ନଥିବେ ଏପରି କେତେକ ଜିନିଷ ରହିଛି, ଦହି ସହ ତାହାକୁ ଏକତ୍ରିତ ଖାଇବା ଦ୍ୱାରା ହାଲିଆ ଅନୁଭବ ହୋଇନଥାଏ। ଏହାସହ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ।
ଦହିକୁ ପ୍ରୋଟିନ୍‌‌, ଭିଟାମିନ୍‌‌,କ୍ୟାଲସିୟମ,ଆଇରନ,ମ୍ୟାଗ୍ନେସିୟମ,ଫସଫରସ ଓ ଫୋଲିକ୍‌‌ ଏସିଡ୍‌‌ର ଉତ୍ତମ ସ୍ରୋତ କୁହାଯାଏ। ସେଭଳି ଦହିରେ କିଛି ସ୍ୱତନ୍ତ୍ର ଜିନିଷ ମିଶାଇ ଖାଇବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। ଜାଣନ୍ତୁ..
ହଜମ ସହ ଜଡିତ ସମସ୍ୟାକୁ ଦୂର ପାଇଁ ଦହିରେ ଜିରା ମିଶାଇ ଖାଆନ୍ତୁ। ଏହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଖାଦ୍ୟ ସଠିକ୍‌‌ ଭାବେ ଓ ସହଜରେ ହଜମ ହୋଇଥାଏ। ଦହି ସହ ଭଜା ହୋଇଥିବା ଜିରା ,ସାମାନ୍ୟ କଳାଲୁଣ ଖାଇବା ଦ୍ୱାରା ଭୋକ ମଧ୍ୟ ବଢିଥାଏ। ଏହାସହ ଖାଦ୍ୟ ଭଲରେ ହଜମ ହୋଇଥାଏ। ଶରୀରକୁ ଆବଶ୍ୟକୀୟ ଶକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଥାଏ।
ଦହିରେ ଡ୍ରାଏ ଫ୍ରୁଟ୍ସ ମିଶାଇ ଖାଇବା ଦ୍ୱାରା ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଦହି ସହ କାଜୁ, ବାଦାମ, ଅଖରୋଟ ଆଦି ମିଶାଇ ଖାଆନ୍ତୁ। ଏହାଦ୍ୱାରା ଦହିର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଦୁର୍ବଳ ଲୋକେ ଏହାର ସେବନ କରିବା ଦ୍ୱାରା ଶକ୍ତି ମିଳିବା ସହ ଓଜନ ବୃଦ୍ଧି ହୋଇଥାଏ।
ଦହି ସହ ଗୁଡର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ଏହାସହ ଦହି ଓ ଗୁଡ ଖାଇବା ଦ୍ୱାରା ହିମୋଗ୍ଲୋବିନ୍‌‌ ବୃଦ୍ଧି ହୋଇଥାଏ। ଫଳରେ ଶରୀରରେ ରକ୍ତ ଅଭାବ ସମସ୍ୟା ଦୂର ହୋଇଥାଏ। ଏନିମିଆ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଦହି ସହ ଗୁଡ ଖାଇବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ, କୋଷ୍ଠକାଠିନ୍ୟ, ଏସିଡିଟି ଆଦି ସମସ୍ୟା ଦୂର ହୋଇଥାଏ।
କିସ୍‌‌ମିସ୍‌‌ରେ ପ୍ରୋଟିନ୍‌‌, ଆଇରନ, ଫାଇବର ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି। ଦହି ସହ କିସ୍‌‌ମିସ୍‌‌ ଏକତ୍ରିତ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର କରିଥାଏ। ନିୟମିତ ସକାଳେ ଖାଲି ପେଟରେ ଦହିର ସେବନ କରିବା ଦ୍ୱାରା ଦିନଯାକ ଶରୀରକୁ ଆବଶ୍ୟକୀୟ ଶକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଥାଏ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories