www.samajalive.in
Saturday, December 6, 2025
26.1 C
Bhubaneswar

ଅଚଳ ହେଲା ଆମେରିକୀୟ ଜିଏସ୍‍ ନେଟ୍‍ୱର୍କ : ଜାଣନ୍ତୁ କାରଣ

ୱାଶିଂଟନ୍‍: ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗର ନେଟ୍‍ୱର୍କ ମାଲ୍‍ୱେରରେ କ୍ଷତିଗ୍ରସ୍ତ ହୋଇଛି। ନେଟ୍‍ୱର୍କ ଅଚଳ ହୋଇଯିବା ପରେ ଏହାର ଅନୁସନ୍ଧାନ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ସେଥିରେ ବିଭାଗୀୟ ଅଧିକାରୀ ଓ ତଦନ୍ତକାରୀ ମୁଖ୍ୟଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଭାଗର ଜଣେ କର୍ମଚାରୀ ଲଗାତାର ତାଙ୍କ କମ୍ପ୍ୟୁଟରରେ ଅଶ୍ଲୀଳ ସାଇଟ୍‍ ଦେଖି ଆସୁଥିଲେ। ଇତିମଧ୍ୟରେ ସେ ପ୍ରାୟ ୯ ହଜାର ଅଶ୍ଲୀଳ ସାଇଟ୍‍ ଦେଖିବା ସହ ଡାଉନଲୋଡ୍‍ କରିଥିଲେ। ଏଥିସହିତ ସେ ନିଜ ମୋବାଇଲ୍‍ ଫୋନ୍‍ ଓ ପେନ୍‍ଡ୍ରାଇଭରେ ମଧ୍ୟ ଅଶ୍ଲୀଳ ଭିଡିଓ ଦେଖିବା ପାଇଁ କମ୍ପ୍ୟୁଟରକୁ ବ୍ୟବହାର କରୁଥିଲେ। ଏଥିଯୋଗୁଁ କାର୍ଯ୍ୟାଳୟର ସମ୍ପୂର୍ଣ୍ଣ ନେଟ୍‍ୱର୍କ ଅଚଳ ହୋଇଯାଇଛି। ଅଶ୍ଲୀଳ ୱେବ୍‍ସାଇଟ୍‍ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ କାର୍ଯ୍ୟାଳୟର କମ୍ପ୍ୟୁଟରକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଚାକିରିରେ ଯୋଗ ଦେବା ପୂର୍ବରୁ କମର୍ଚାରୀ ଓ ଅଧିକାରୀମାନେ ଲିଖିତନାମା ଦାଖଲ କରିଥାନ୍ତି। ତଥାପି ଉକ୍ତ କର୍ମଚାରୀଜଣକ କମ୍ପ୍ରୁ୍ୟଟରକୁ ନିଜ ପାଇଁ ବ୍ୟବହାର କରୁଥିଲେ। ଏହାପରେ କାର୍ଯ୍ୟାଳୟର ସମସ୍ତ କମ୍ପ୍ୟୁଟରରେ ୟୁଏସ୍‍ବି ପୋର୍ଟ ଓ ୱେବ୍‍ସାଇଟକୁ ଅକାମୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories