www.samajalive.in
Sunday, December 14, 2025
19.1 C
Bhubaneswar

ସୁରେନ୍ଦ୍ରପାଟଣା ହତ୍ୟାକାଣ୍ଡ; ଜଣେ ଅଭିଯୁକ୍ତ ଗିରଫ

ତିଗିରିଆ: ତିଗିରିଆ ଥାନା ନୂଆପାଟଣା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ମୁଣ୍ଡିଆ ସାହିରେ ପୂର୍ବ ଶତୃତାକୁ ନେଇ ହୋଲି ଦିନ ହୋଇଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ସୋମବାର ଗିରଫ ହୋଇଛି। ତିଗିରିଆ ପୁଲିସ ପ୍ରମୋଦ ବେହେରା(୫୮) ନାମକ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି।

ସୂଚନାଯୋଗ୍ୟ, ହୋଲି ଦିନ ସକାଳ ସମୟରେ ସୁରେନ୍ଦ୍ରପାଟଣାର ଚିନ୍ତାମଣି ବେହେରା(୫୦)ଙ୍କ ପରିବାର ଉପରେ ପଡ଼ୋଶୀ ପ୍ରମୋଦ ଏବଂ ତାଙ୍କର ଦୁଇ ପୁଅ ପ୍ରଭାତ ଓ ସର୍ବେଶ୍ଵର ବିଭିନ୍ନ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଧାରୁଆ ଅସ୍ତ୍ରରେ ହଣା ଖାଇ ଘଟଣା ସ୍ଥଳରେ ଚିନ୍ତାମଣିଙ୍କର ମୃତ୍ୟୁ ହୋଇଥିଲା। ସ୍ତ୍ରୀ ଓ ଝିଅ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ତେବେ ସୁରେନ୍ଦ୍ରପାଟଣା ମୁଣ୍ଡିଆରେ ଆତ୍ମଗୋପନ କରି ଲୁଚି ରହି ଆସୁଥିବା ପ୍ରମୋଦ ଗତକାଲି ଘରକୁ ଖାଇବାକୁ ଆସିଥିବା ବେଳେ ତିଗିରିଆ ଥାନା ପୁଲିସ ଅଚାନକ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ଏସଆଇ ସନ୍ତୋଷ କୁମାର ପ୍ରଧାନ କହିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁଚିତ୍ରା ଜେନା କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories