www.samajalive.in
Sunday, December 14, 2025
15.1 C
Bhubaneswar

ଏପଟେ ହଜାର ହଜାର ଲିଟର ପାଣି ଅପଚୟ, ସେପଟେ ମିଳୁନି ଘରୋଇ ସଂଯୋଗ; ହେଲେ କର୍ମଚାରୀଙ୍କ ନିଘା ନାହିଁ

କଲ୍ୟାଣସିଂହପୁର: ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ ଗାଁରେ ନଳକୂପ ଖନନ ସାଙ୍ଗକୁ ସୋଲାର ମାଧ୍ୟମରେ ପାନୀୟ ଜଳ ବ୍ୟବସ୍ଥା ଓ ମେଗା ପ୍ଲାଣ୍ଟ ଭଳି ଯୋଜନା କରି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଆସୁଛନ୍ତି । ବିଡମ୍ବନାର ବିଷୟ ଜଳ ଓ ପରିମଳ ବିଭାଗର ଅଜବ ନୀତି ଯୋଗୁଁ ଗୋଟିଏ ପଟେ ହଜାର ହଜାର ଲିଟର ପାଣି ଅପଚୟ ହେଉଥିବା ବେଳେ କିଛିଲୋକ ନିଜ ଘରୋଇ ପାନୀୟ ଜଳ ସଂଯୋଗକୁ ବ୍ୟବହାର ନକରି ଅପ ବ୍ୟବହାର କରୁଛନ୍ତି। ଏପଟେ ବାକି ଲୋକଙ୍କୁ ଦିଆଯାଉନି ଘରୋଇ ପାନୀୟ ଜଳ ସଂଯୋଗ । ହେଲେ ବିଭାଗୀୟ କର୍ମଚାରୀମାନଙ୍କର ଏଥିପ୍ରତି ଦୃଷ୍ଟି ପଡୁନି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସଦର ମହକୁମାରେ। ମୁଖ୍ୟ ସଡ଼କର ଉଭୟ ପାର୍ଶ୍ବରେ ରହିଥିବା ଘରୋଇ ପାନୀୟ ଜଳ ସଂଯୋଗର ଦୃଶ୍ୟ କିଛି ଏମିତି କହୁଛି । ଏହି ଦୃଶ୍ୟକୁ ବିଭାଗୀୟ କର୍ମଚାରୀ ନିଜେ ଦେଖିଲେ ଜାଣି ପାରିବେ ନା ସବୁ ଜାଣି ସବୁ ଦେଖି ମଧ୍ୟ ଅଣଦେଖ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସରକାରଙ୍କ ନିର୍ଦେଶ ରହିଛି ସହରାଞ୍ଚଳ ହେଉକି ଗ୍ରାମାଞ୍ଚଳ ବା ଦୁର୍ଗମ ଅଞ୍ଚଳ, ପ୍ରତ୍ୟକ ଘରେ ଘରେ ପାଇପ ସଂଯୋଗ କରି ପାନୀୟ ଜଳ ଯୋଗାଇଦେବା ପାଇଁ। କିନ୍ତୁ କଲ୍ୟାଣସିଂହପୁର ବ୍ଲକରେ ଓ ସଦର ମହକୁମାରେ କାଁଭାଁ କିଛି ଘରକୁ ପାନୀୟ ଜଳ ସଂଯୋଗ କରାଯାଇଥିବା ବେଳେ ଅନେକ ଘରମାନଙ୍କୁ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସଂଯୋଗ ହୋଇପାରୁ ନାହିଁ । ଅନ୍ୟ ପଟେ ଯେଉଁ ଘରମାନଙ୍କୁ ପାନୀୟ ଜଳ ସଂଯୋଗ ଦିଆଯାଇଛି ଏଥିରୁ ମୁଖ୍ୟ ବଜାରରେ ଅନେକ ଲୋକ ନିଜ ଘରକୁ ନେଇଥିବା ପାଇପଗୁଡିକ ଘର ଭିତରକୁ ସଂଯୋଗ ନକରି ବାହାରେ ଦରଖଣ୍ଡିଆ ପାଇପଗୁଡ଼ିକ ଛାଡି ଦେଇଥନ୍ତି । ଏଭଳି ଦର ଖଣ୍ଡିଆ ପାଇପ ଛାଡି ଦେଇଥିବାରୁ ପାଣି ଛାଡିବା ସମୟରେ ହଜାର ହଜାର ଲିଟର ପାଣି ଅପଚୟ ହୋଇ ରାସ୍ତାରେ ବହୁଛି। ଅନ୍ୟ ପଟେ କିଛି ଲୋକ ସେହି ଦର ଖଣ୍ଡିଆ ପାଇପକୁ ଡ୍ରେନରେ ଥିବା ଗର୍ତ୍ତ ଭିତରେ ପୁରାଇ ରଖିଥିବାରୁ ଏହି ବିଶୁଦ୍ଧ ପାଣି ଡ୍ରେନରେ ଯାଇ ନଷ୍ଚ ହେଉଥିବା ଦେଖିବାକୁ ମିଳିଛି । ଏହା ଗୋଟିଏ ଦିନର କଥା ନୁହଁ ପ୍ରତ୍ୟେକ ଦିନ ଏଭଳି ପାଣି ନଷ୍ଟ ହେବାରେ ଲାଗିଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ପଡୁ ନଥିବା ଦୁର୍ଭାଗ୍ୟର ବିଷୟ ଭଳି ମନେ ହେଉଛି । ଏପରି ସବୁଦିନ ହଜାର ହଜାର ଲିଟର ପାଣି ନଷ୍ଟ ହେଉଥିଲେ ନଦୀରୁ ଆସୁଥିବା ପାଣି ମଧ୍ୟ ଶେଷ ହୋଇଯିବ ବୋଲି ଜଣାପଡୁଛି । ଏଥିପ୍ରତି ସ୍ଥାନୀୟ ଜଳ ପରିମଳ ବିଭାଗ ଅଧିକାରୀ ଦୃଷ୍ଟି ଦେଇ ଅପଚୟ ହେଉଥିବା ପାଣିକୁ ବନ୍ଦ କରିବା ସହ ଯେଉଁମାନଙ୍କୁ ଘରୋଇ ପାଇପର ସଂଯୋଗ ଆବଶ୍ୟକ ନାହିଁ ସେମାନଙ୍କର ପାଇପ ସଂଯୋଗଗୁଡିକ ବନ୍ଦ କରିବା ଓ ଯେଉଁମାନଙ୍କୁ ଘରୋଇ ପାଇପ ସଂଯୋଗ ଦିଆ ଯାଇନାହିଁ ସେମାନଙ୍କୁ ଦିଆଯାଉ ବୋଲି ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଦାବି କରିଛନ୍ତି । ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟଗୁଡିକ ଟଙ୍କା ଖର୍ଚ୍ଚ କରି ତିଆରି କରାଯାଇଛି, କିନ୍ତୁ ସେଥିରେ ପାଇପ ସଂଯୋଗ ନକରି ଛାଡି ଦେଇଛନ୍ତି। ଯାହା ଫଳରେ ପଥଚାରୀମାନେ ପାନୀୟ ଜଳରୁ ବଞ୍ଚିତ ରହୁଛନ୍ତି । କିଛି ସ୍ଥାନରେ ଏହି ଷ୍ଟାଣ୍ଡପୋଷ୍ଟଗୁଡିକ ଭାଙ୍ଗି ଗଲାଣି । କଲ୍ୟାଣସିଂହପୁର ସଦର ଜଳ ଓ ପରିମଳ ବିଭାଗର ଖାମଖିଆଲୀ ନୀତି ଯୋଗୁଁ ଅନେକ ଲୋକ ଘରୋଇ ପାଇପ ସଂଯୋଗ ପାଇବାରୁ ବଞ୍ଚିତ ରହିଛନ୍ତି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ସହ ବଞ୍ଚିତ ରହିଥିବା ଲୋକଙ୍କୁ ତୁରନ୍ତ ଘରୋଇ ପାଇପ ସଂଯୋଗ ଦିଆଯାଉ ବୋଲି ସାଧାରଣରେ ଦାବି ହେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories