www.samajalive.in
Sunday, December 14, 2025
23.1 C
Bhubaneswar

ପଶ୍ଚିମା ଝଡ଼ ପ୍ରଭାବ: ଭାଙ୍ଗିଲା ଗଛ, ଉଡ଼ିଲା ଘରର ଛାତ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ

କଲମପୁର : କଲମପୁର ତହସିଲ ଅଂଚଳରେ ରବିବାର ବିଳମ୍ବିତ ରାତିରେ ପଶ୍ଚିମା ଝଡ଼ ପ୍ରଭାବରେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର କଲମପୁର ଦେଶୀ ମଦ ଭାଟି ନିକଟେର ଏକ ବିରାଟକାୟ ଗଛ ଭାଙ୍ଗି ପଡ଼ିଥିଲା। ଏହାଦ୍ୱାରା ଯାନ ବାହାନ ଚଳାଚଳ କିଛି ସମୟ ଧରି ବନ୍ଦ ରହିଥିଲା। ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ସଫା କରିବା ପରେ ଯାତାୟତ ସ୍ୱାଭାବିକ ହେଇଥିଲା। ସେହିଭଳି କର୍ମେଲ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ କର୍ମେଲେନବୁଢି ମନ୍ଦିର ନିକଟରେ ବିରାଟକାୟ ଗଛ ଭାଙ୍ଗି ମନ୍ଦିରର କାନ୍ଥ ଏବଂ ନିକଟରେ ଥିବା ନଳକୂଅ ଉପରେ ପଡ଼ିଯାଇଥିଲା। ଯାହା ଦ୍ୱାରା ନଳକୂଅ ନଷ୍ଟ ହୋଇଥିବା ବେଳେ ମନ୍ଦିର ଅଳ୍ପକେ ରକ୍ଷା ପାଇଯାଇଛି। ସୋମବାର ସକାଳେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ସଫା କରିବା ସହ ଏକ ଜେସିବି ସହାୟତାରେ ଗଛ ଗଣ୍ଡିକୁ ହଟାଇଥିଲେ। ଏହି ପଶ୍ଚିମା ଝଡ଼ର ପ୍ରଭାବରେ ବରଗାଁ ସନ୍ତୋଷ ପାତ୍ରଙ୍କ ଘରର ଛାତ ଉଡିଯାଇ ନିକଟରେ ଥିବା ପୋଖରୀରେ ପଡ଼ିଥିଲା। ଘରର ସମସ୍ତ ଆସବାବ ପତ୍ର ପାଣିରେ ଭିଜି ନଷ୍ଟ ହେଇଯାଇଛି। ସେହିଭଳି ଇଛାପୁର ଗ୍ରାମର କପୁର ମାଝୀଙ୍କ ଘରର ଆଜବେଷ୍ଟ ଛାତ ଉଡିଯାଇ ନିକଟରେ ଥିବା ଅସହାୟ ବୃଦ୍ଧ ବଳରାମଙ୍କ ଘର ଉପରେ ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ବୃଦ୍ଧ ବଳରାମ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟ ବଳରାମ ଏବଂ କପୁର ମାଝୀ ପ୍ରଭାବିତ ହୋଇଛନ୍ତି। କ୍ଷୟକ୍ଷତି ନେଇ ତହସିଲଦାର ରୁଦ୍ର ମୋହନ ନାୟକଙ୍କୁ ଜଣାଇଛନ୍ତି ପ୍ରଭାବିତ ପରିବାର।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories