www.samajalive.in
Sunday, December 14, 2025
26.1 C
Bhubaneswar

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତାଡିସରୁ ବାଇଙ୍କୁ କନ୍ଧମାଳ ରତ୍ନ ଭୂଷଣ ସମ୍ମାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଫୁଲବାଣୀ ତରଫରୁ ତାଡିସରୁ ବାଇଙ୍କୁ କନ୍ଧମାଳ ରତ୍ନ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି। ସୂଚନା ପ୍ରକାରେ, କୁଇ ସମାଜ ସେବା ସମିତି ଫୁଲବାଣୀ କାର୍ଯ୍ୟାଳୟଠାରେ ସୋମବାର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାରେ ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ସାଧାରଣ ବାର୍ଷିକ ଅଧିବେଶନ ପର୍ଯ୍ୟାଲୋଚନା କରାଯାଇଥିଲା। ଏହା ସହିତ କୁଇ ସମାଜ ରୀତି ନୀତିର ସପ୍ତମ ସଂସ୍କରଣ ବିଷୟରେ ଆଲୋଚନା କରାଯାଇ ସମସ୍ତ ଶାଖାମାନଙ୍କୁ ନୀତି ନିୟମଗୁଡିକ ସଂଯୋଗ ଓ ବିୟୋଗ ପାଇଁ ଆସନ୍ତା ବୈଠକରେ ଲିଖିତ ଭାବେ କେନ୍ଦ୍ରରେ ଦେବା ପାଇଁ କୁହାଯାଇଥିଲା। ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ, ତେଣୁ ବର୍ତ୍ତମାନ ବିଦ୍ୟାଳୟଗୁଡିକରେ ଠିକ୍ ଭାବେ ଶିକ୍ଷା ପ୍ରଦାନ କରାଯାଉ ନ ଥିବାରୁ ଏକ ସାଧାରଣରେ ଚିନ୍ତାର କାରଣ ପାଲଟିଛି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପାହାଡ଼, ପର୍ବତ, ନଈ ନାଳ ଘେରା ଅଞ୍ଚଳ ହେବା ସତ୍ତ୍ୱେ ସରକାର ଛାତ୍ରଛାତ୍ରୀ ଅଭାବ ଦେଖାଇ ବିଦ୍ୟାଳୟଗୁଡିକୁ ବନ୍ଦ କରିଦେଉ ଥିବାରୁ ଆଦିବାସୀ ମାନଙ୍କର ଶିକ୍ଷା ଅଧ୍ୟୟନରେ ବାଧା ସୃଷ୍ଟି କରୁଛି। ଆଗାମୀ ଦିନରେ କିପରି ଏହି ସମସ୍ୟାର ସମାଧାନ କରାଯିବ ସେହି ବିଷୟରେ ଆଲୋଚନା କରାଯାଇଥିଲା। ଆବଶ୍ୟକ ପଡିଲେ ସଂଗଠନ ତରଫରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଥିଲା। ଏହା ବ୍ୟତୀତ କନ୍ଧମାଳ ଜିଲ୍ଲାର ଗୌରବାନ୍ବିତ ପୂର୍ବରୁ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ପାଇଥିବା ତାଡିସରୁ ବାଇଙ୍କୁ ‘କନ୍ଧମାଳ ରତ୍ନ ଭୂଷଣ ସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଥିଲା। ଏଥିସହ କୁଇ ସମାଜ ଯୁବପରିଷଦ କନ୍ଧମାଳ ତରଫରୁ ମେଡିକାଲରେ ରକ୍ତଦାନ ପାଇଁ ବିଚିତ୍ର ବୀର୍ଯ୍ୟ ପ୍ରଧାନ, ଜିତେନ୍ଦ୍ର ଦେହୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କୁମାର କହଁର, ସହସମ୍ପାଦକ ଅଚ୍ୟୁତ ଯାନୀ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କୁମୁଦ ଚନ୍ଦ୍ର ମଲିକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ନାରୀ ସଭାନେତ୍ରୀ ସୌଦାମିନୀ କହଁର, ସମ୍ପାଦିକା ଗୀତାଞ୍ଜଳି କହଁର, କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ଵମ୍ବର ପ୍ରଧାନ ସମେତ ବିଭିନ୍ନ ଶାଖାର ସଭାପତି ଓ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories